କରୋନା ବିପକ୍ଷରେ ଲଢେଇକୁ ଆମେ ଜନ ଆନ୍ଦୋଳନ କରୁଛୁ,ଜାତିସଂଘର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ

କେନ୍ୟୁଜ୍(ବ୍ୟୁରୋ):  ମିଳିତ ଜାତିସଂଘର ୭୫ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ। ଭିଡିଓ କନଫରେନସିଂରେ ମିଳିତ ଜାତିସଂଘକୁ କରିଛନ୍ତି ସମ୍ବୋଧନ। ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହେବା ପରେ ୟୁଏନକୁ ଏହା ମୋଦିଙ୍କର ପ୍ରଥମ ସମ୍ବୋଧନ। ସମସ୍ତଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଆମେ ଖାଦ୍ୟ ସୁରକ୍ଷା ଯୋଜନା ପ୍ରଣୟନ କରିଛୁ। ଏଥିରୁ ୮୩ କୋଟି ନାଗରିକ ଉପକୃତ ହୋଇଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୨୦ ସୁଦ୍ଧା ଦେଶର ପ୍ରତ୍ୟେକ ନାଗରିକଙ୍କୁ ଘର ମିଳିସାରିଥିବ ବୋଲି କହିଛନ୍ତି ମୋଦି।

ଭାରତ ବର୍ତ୍ତମାନ ସମସ୍ତ କ୍ଷେତ୍ରରେ ଆଗକୁ ବଢୁଛି। ମହିଳାଙ୍କୁ ସଶକ୍ତ କରିବାକୁ ସବୁ ସମ୍ଭବ ପ୍ରୟାସ ଜାରି ରହିଛି। ଏଜେଣ୍ଡା ୨୦୩୦କୁ ସଂପୂର୍ଣ୍ଣ କରିିବାକୁ ଆମେ ଯଥାସମ୍ଭବ ପ୍ରୟାସ କରୁଛୁ। ଆମେ ବିକାଶଶୀଳ ଦେଶଙ୍କୁ ସହାୟତା ଦେଉଆସୁଛୁ। ସବକା ସାଥ, ସବକା ବିକାଶ ଓ ସବକା ବିଶ୍ୱାସ ଆମର ଉଦ୍ଦେଶ୍ୟ ବୋଲି କହିଛନ୍ତି ମୋଦି। କରୋନା ବିପତ୍ତି ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ବିଶ୍ୱ ବର୍ତ୍ତମାନ ପ୍ରାକୃତିକ ବିପତ୍ତି ସହ ଲଢେଇ କରୁଛି। କୋଭିଡର ମୁକାବିଲା ପାଇଁ ଏମର୍ଜେନ୍‌ସି ଫଣ୍ଡ ପ୍ରସ୍ତୁତ କରିଛି। କରୋନା ବିପକ୍ଷରେ ଲଢେଇକୁ ଆମେ ଜନ ଆନ୍ଦୋଳନ କରୁଛୁ। ଏହା ସହ ଅର୍ଥବ୍ୟବସ୍ଥାକୁ ପୁଣି ଥରେ ଟ୍ରାକକୁ ଫେରାଇବାକୁ ଯଥାସମ୍ଭବ ପ୍ୟାକେଜ ପ୍ରସ୍ତୁତ କରାଯିବ। ଆତ୍ମନିର୍ଭର ହେବା ପାଇଁ ଆମେ ଆତ୍ମନିର୍ଭର ଭାରତ ଅଭିଯାନ ଆରମ୍ଭ କରିଥିବା ସମ୍ବୋଧନରେ କହିଛନ୍ତି।

Leave A Reply

Your email address will not be published.