Below header

ସାଥୀମାନଙ୍କୁ ଆଫଗାନ୍‌ ତାଲିବାନ ମୁଖ୍ୟଙ୍କ ଆଦେଶ : ଅଯଥା ଖର୍ଚ୍ଚ ରୋକିବାକୁ କମ୍‌ ବିବାହ କର

କାବୁଲ୍‌ :  ଇସ୍‌ଲାମ୍‌ରେ ପୁରୁଷଙ୍କୁ ଏକରୁ ଅଧିକ ବିବାହ କରିବାକୁ ଅନୁମତି ରହିଛି । ତେବେ ଆଫ୍‌ଗାନିସ୍ତାନରେ ତାଲିବାନ ସାଥୀଙ୍କୁ ବିନା ଆବଶ୍ୟକତାରେ ଅଧିକ ବିବାହ କରିବାକୁ ବାରଣ କରାଯାଇଛି । ଏହି ନିର୍ଦ୍ଦେଶ ଦେଇଛନ୍ତି ତାଲିବାନ ମୁଖିଆ । ମୁଖିଆଙ୍କ କହିବା କଥା ହେଲା ଯେ ଅଧିକ ବିବାହ କରିବା ଦ୍ୱାରା ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ବଢ଼ୁଛି । ଯେଉଁଥିପାଇଁ ତାଙ୍କର ଶତ୍ରୁ ସେମାନଙ୍କ ବିରୋଧରେ ଅପପ୍ରଚାର ଚଳାଇବା ସୁବିଧା ହେଉଛି ।

ଭଏସ୍‌ ଅଫ୍‌ ଆମେରିକାରେ ପ୍ରକାଶିତ ରିପୋର୍ଟ ଅନଯାୟୀ, ତାଲିବାନ ମୁଖିଆ ମୁଲ୍ଲାହ ହୈବୁତୁଲ୍ଲାହ ଅଂଖୁଦଜଦା ଏକ ଲିଖିତ ଆଦେଶ ବଳରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଯେ ଆବଶ୍ୟକତା ଠାରୁ ଅଧିକ ବିବାହ କରିବା ଦ୍ୱାରା ବିବାହର ବୋଝ ସମସ୍ତଙ୍କ ଉପରେ ପଡ଼ୁଛି । କାରଣ ବିବାହ ପାଇଁ ଆବଶ୍ୟକ ଅର୍ଥ ସାଥୀ ତାଲିବାନମାନେ ସେମାନଙ୍କର ମୁଖିଆ ବା ସିନିୟରଙ୍କୁ ମାଗିଥାନ୍ତି ।

taliban
photo credit: Voice of America

କାରଣ ଇସ୍‌ଲାମ୍‌ରେ ବରକୁ ବିବାହ କରିବାକୁ ହେଲେ କନ୍ୟା ଘରକୁ ମୋଟା ଅଙ୍କର ଅର୍ଥ ଦେବାକୁ ପଡ଼ିଥାଏ । ଆଫ୍‌ଗାନ୍‌ସ୍ତାନର କିଛି ଅଞ୍ଚଳରେ ବର ଘର ଲୋକଙ୍କୁ ବିବାହ ପାଇଁ କନ୍ୟା ଘର ଲୋକଙ୍କୁ ଅର୍ଥ ଦେବାର ପରମ୍ପରା ରହିଛି । ଏହି ଅର୍ଥ ପ୍ରାୟ ୨୦ ଲକ୍ଷ ଆଫଗାନୀ ବା ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ ।

ଏହାଛଡ଼ା ଯିଏ ଯେତେ ପତ୍ନୀ ରଖିଥାନ୍ତି ସେମାନଙ୍କୁ ଅଲଗା ଅଲଗା ଘରେ ରଖିଥାନ୍ତି । ଯାହାଦ୍ୱାରା ସେମାନଙ୍କର ଘର ଚଳାଇବା ପାଇଁ ଆନୁସଙ୍ଗୀକ ଖର୍ଚ୍ଚ ମଧ୍ୟ ଅଲଗା ଲାଗିଥାଏ । ତେଣୁ ଏହି ଖର୍ଚ୍ଚ ପାଇଁ ଅଧିକାଂଶ ସମୟରେ ସାଥୀଙ୍କୁ ସେମାନଙ୍କର ମୁଖିଆ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିଥାଏ । ବିବାହ ପାଇଁ ମୁଖିଆଙ୍କୁ ଏହି ଅର୍ଥ ମାଗୁଥିବାରୁ ମୁଖିଆ ଏହି ବହୁ ବିବାହକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ବିବାହ ପାଇଁ କେତେକ କ୍ଷେତ୍ରରେ ସୁବିଧା ଦେଇଛନ୍ତି । ଯେଉଁମାନଙ୍କର ପୁଅ ନଥିବ କିମ୍ବା ଯେଉଁଠାରେ ବିଧବା ମହିଳା ଥିବେ ସେ ସ୍ଥାନରେ ଜଣେ ଅଧିକ ବିବାହ କରିପାରିବ । ଅଥବା ଯାହାର ବିବାହ କରିବାର ନିଜର ସଂସାଧନ ଥିବା ସେମାନେ ମଧ୍ୟ ଅଧିକ ବିବାହ କରିପାରିବେ ବୋଲି ତାଲିବାନ ମୁଖିଆ ଏହି ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.