Below header

କରୋନା ସଙ୍କଟ ନ ଥମୁଣୁ ଆସିଲାଣି ସ୍ୱାଇନ ଫ୍ଲୁ, ଆସାମରେ ମଲେଣି ୨୫୦୦ ଘୁଷୁରୀ

ଦେଶରେ କରୋନା ସଙ୍କଟ ଥମିବାର ନାଁ ଧରୁନଥିବା ବେଳେ ଇତି ମଧ୍ୟରେ ଆଉ ଏକ ଛାତି ଥରାଇଦେବା ଭଳି ଖବର ସାମ୍ନାକୁ ଆସିଛି। ଆସାମରେ ଆଫ୍ରିକୀୟ ସ୍ୱାଇନ ଫ୍ଲୁର ପ୍ରଥମ ମାମଲା ଦେଖିବାକୁ ମିଳିଛି। ଏନେଇ ରବିବାର ଦିନ ଆସାମ ସରକାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ସ୍ୱାଇନ ଫ୍ଲୁରେ ୩୦୬ଟି ଗାଁର ୨୫୦୦ ରୁ ଅଧିକ ଘୁଷୁରୀଙ୍କ ମୃତ୍ୟୁ ଘଟିଛି।

ଆସାମର ପଶୁପାଳନ ଓ ପ୍ରାଣୀ ଚିକିତ୍ସା ମନ୍ତ୍ରୀ ଅତୁଲ ବୋରା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅନୁମତି ପରେ ବି ରାଜ୍ୟ ସରକାର ଘୁଷୁରୀଙ୍କୁ ମାରିବା ପରିବର୍ତ୍ତେ ଆଉ କିଛି ପନ୍ଥା ଆପଣାଇବେ। ଫ୍ଲୁ ସହ କରୋନାର କୌଣସି ସମ୍ପର୍କ ନଥିବାରୁ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Simple ham sandwich' could bring African Swine Fever to Ireland

ବୋରା କହିଛନ୍ତି ଯେ ଜାତୀୟ ଉଚ୍ଚ ସୁରକ୍ଷା ପଶୁ ରୋଗ ପ୍ରତିଷ୍ଠାନ ଭୋପାଳ ଏହି ରୋଗକୁ ସ୍ୱାଇନ ଫ୍ଲୁ ବୋଲି ଚିହ୍ନଟ କରିଛି। ଏହା ଦେଶର ପ୍ରଥମ ମାମଲା। ସେ କହିଛନ୍ତି ଯେ ୨୦୧୯ ହିସାବ ଅନୁଯାୟୀ ମୋଟ ଘୁଷୁରୀଙ୍କ ସଂଖ୍ୟା ୨୧ ଲକ୍ଷ ଥିଲା ଯାହା ଏବେ ବଢ଼ି ୩୦ ଲକ୍ଷରେ ପହଞ୍ଚିଛି। ଏବେ ଘୁଷୁରୀଙ୍କ ଗତିବିଧି ଉପରେ ନଜର ରଖାଯିବ। ସେମାନେ ଯେଭଳି ଅନ୍ୟ ଅଞ୍ଚଳକୁ ନ ଯାଆନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ। ତେବେ କେବଳ ସଂକ୍ରମିତ ଘୁଷୁରୀଙ୍କୁ ହତ୍ୟା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.