୩୮ ବର୍ଷ ଯାତ୍ରା ପରେ କାଲି ମହାକାଶରୁ ଖସିବ ନାସା ସାଟେଲାଇଟ୍‌, ଭଗ୍ନାବଶେଷ କାହାରି ଉପରେ ପଡ଼ିବା ସମ୍ଭାବନା ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆକାଶରୁ ଖସିବ ନାସା ସାଟେଲାଇଟ୍‌। ଆସନ୍ତାକାଲି ୩୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ପୁରୁଣା ଉପଗ୍ରହର ଆୟୁଷ ଆସନ୍ତାକାଲି ସରୁଛି । ଏହି ସାଟେଲାଉଇଟ୍‌ ଦ ଆର୍ଥ ରାଡିଏସନ୍‌ ବଜେଟ ସାଟେଲାଇଟ୍‌ ଇଆରବିଏସ ନାମରେ ଜଣାଶୁଣା । ୧୯୮୪ରେ ନାସା ଦ୍ୱାରା ସ୍ପେସ୍‌ ସଟଲ୍‌ ଚ୍ୟାଲେଞ୍ଜରେ ଜରିଆରେ ଉତକ୍ଷେପଣ ହୋଇଥିଲା ।

ଯଦିଓ ଏହାର ଲାଇଫ୍‌ ଦୁଇ ବର୍ଷ ଥିଲା ଉପଗ୍ରହଟି ୨୦୦୫ ନିରନ୍ତର କାର୍ଯ୍ୟ କରିଚାଲିଥିଲା। ୫ ହଜାର ୪ଶହ ପାଉଣ୍ଡ ଯାହା ୨ ହଜାର ୪୫୦ କେଜି ଓଜନ ବିଶିଷ୍ଟ ଉପଗ୍ରହ ଖସିବା ବେଳକୁ ଏହାର ଅଧିକାଂଶ ଅଂଶ ଜଳିଯିବ ଓ କ୍ଷୁଦ୍ର ଧ୍ୱଂସାବଶେଷ ହିଁ ରହିପାରେ । ତେଣୁ ପୃଥିବୀ ପୃଷ୍ଠରେ କୌଣସି କ୍ଷତିର ସମ୍ଭାବନା ବହୁତ କମ୍‌ ବୋଲି ନାସା କହିଛି ।

ୟୁଏସ ପ୍ରତିରକ୍ଷା ବିଭାଗ ଉପଗ୍ରହଟି ରବିବାର ରାତିରେ ଖସିବ ବୋଲି କହୁଥିବାବେଲେ କାଲିଫର୍ନିଆ ସ୍ଥିତ ଏରୋସ୍ପେସ୍‌ କର୍ପୋରେଟ୍‌ର ତଥ୍ୟ କହୁଛି ଖସିବା ବେଳକୁ ସୋମବାର ସକାଳ ହୋଇଯିବ । ଏହାର ଦିଗ ଆଫ୍ରିକା, ଏସିଆ ମଧ୍ୟ ପୂର୍ବ ଏବଂ ଉତ୍ତର ଏବଂ ଦକ୍ଷିଣ ଆମେରିକାର ପଶ୍ଚିମ ହୋଇ ଖସିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.