ଏମ୍ସ ପରେ ଆଇସିଏମ୍‌ଆର୍‌ ସର୍ଭର ଉପରେ ସାଇବର ଆଟାକ, ଚୀନ୍‌ ହ୍ୟାକରଙ୍କ ଟାର୍ଗେଟ

ନୂଆଦିଲ୍ଲୀ : ଏମ୍ସ ପରେ ଆଇସିଏମ୍‌ଆର୍‌ ଉପରେ ହ୍ୟାକ୍‌ରଙ୍କ ଆଖି । ଚୀନ୍‌ ହାକରଙ୍କ ଟାର୍ଗେଟରେ ଭାରତ ସରକାରଙ୍କ ସର୍ବୋଚ୍ଚ ଡାକ୍ତରୀ ଗବେଷଣା ସଂସ୍ଥା । ଥରେ କି ଦୁଇ ଥର ନୁହେଁ, ଗୋଟିଏ ଦିନରେ ପ୍ରାୟ ୬ ହଜାର ଥର ସାଇବର୍‌ ଆଟାକ ଉଦ୍ୟମ ହୋଇଛି । ତେବେ ଆଇସିଏମ୍‌ଆର୍‌ ସର୍ଭରର ଫାୟାରଓ୍ଵାଲ ଏହାକୁ ରୋକିବାରେ ସକ୍ଷମ ହୋଇଥିଲା । ନଭେମ୍ବର ୩୦ ତାରିଖରେ ଏହି ସାଇବର୍‌ ଆଟାକ ହୋଇଥିଲା ।

ଏହା ହଂକଂର ଏକ ବ୍ଲାକଲିଷ୍ଟେଡ୍‌ ଆଇପି ଆଡ୍ରେସ୍‌ ବୋଲି ଜଣାପଡିଛି । ଗତ ନଭେମ୍ବର ୨୩ ତାରିଖରେ ଏମ୍ସ ଉପରେ ହୋଇଥିଲା ସାଇବର ଆଟାକ୍‌ । ଏହି ଆକ୍ରମଣ ପରେ ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇପାରିନି ଏମ୍ସ ସର୍ଭର । ୨୦୨୦ ପରଠୁ ସ୍ୱାସ୍ଥ୍ୟ ସଂଗଠନର େଓ୍ଵବସାଇଟ୍‌ ଉପରେ ସାଇବର ହମ୍‌ଲା ବଢିବାରେ ଲାଗିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.