ହ୍ୟୁଷ୍ଟନରେ ହାଉଡି ମୋଦି କାର୍ଯ୍ୟକ୍ରମର ପ୍ରାୟ ୩୬ ଘଣ୍ଟା ପରେ ଦୁଇ ବଡ଼ ନେତାଙ୍କ ସାକ୍ଷାତ, ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଲେ ମୋଦି

ହ୍ୟୁଷ୍ଟନରେ ହାଉଡି ମୋଦି କାର୍ଯ୍ୟକ୍ରମର ପ୍ରାୟ ୩୬ ଘଣ୍ଟା ପରେ ଦୁଇ ବଡ଼ ନେତାଙ୍କ ସାକ୍ଷାତ । ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଛି । ହ୍ୟୁଷ୍ଟନ ଆସିଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦି । ଏଥିସହ ପିଏମ୍‌ ମୋଦି କହିଛନ୍ତି, ଟ୍ରମ୍ପ କେବଳ ମୋର ନୁହେଁ, ଭାରତର ଭଲ ବନ୍ଧୁ । ଭାରତ-ପାକିସ୍ତାନ କାଶ୍ମୀର ବିବାଦର ମୋଦି ସମାଧାନ କରିବେ ବୋଲି କହିଛନ୍ତି ଟ୍ରମ୍ପ । ଦୁଇ ଦେଶ ମଧ୍ୟରେ ଖୁବଶୀଘ୍ର ହେବ ଟ୍ରେଡ୍‌ ଡିଲ୍‌ । ଶକ୍ତି କ୍ଷେତ୍ରରେ ଆମେରିକା ସହ ଭାରତର ୬୦ ବିଲିୟନ ଡଲାରର ଡିଲ୍‌ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Leave A Reply

Your email address will not be published.