ଇମ୍ରାନଙ୍କ ପରେ ଶାହବାଜ ସରିଫ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ଆଶା ଉଜ୍ଜଳ, ରାତି ୧୦ଟା ପରେ ଅନାସ୍ଥା ଭୋଟିଂ

ପାକିସ୍ତାନ ରାଜନୀତିରେ ବଢୁଛି ସସ୍‌ପେନ୍ସ । ରାତି ୧୦ଟା ଯାଏ ମୁଲତବୀ ହେଲା ପାକିସ୍ତାନ ସଂସଦ । ରାତି ସାଢେ ୮ଟାରେ ସଂସଦରେ ଅନାସ୍ଥା ଭୋଟିଂର ସାମ୍ନା କରିଥାନ୍ତେ ଇମ୍ରାନ୍‌ ଖାନ୍‌ । ରାତି ୧୦ଟା ପରେ ଅନାସ୍ଥା ଭୋଟିଂ ହୋଇପାରେ । ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ନଥିବାରୁ ଇମ୍ରାନ୍‌ ଖାନ୍‌ କ୍ଲିନ ବୋଲଡ ହେବା ସୁନିଶ୍ଚିତ । ଇମ୍ରାନଙ୍କ ପରେ ଶାହବାଜ ସରିଫ ନୂଆ ପ୍ରଧାନମନ୍ତ୍ରୀ ହେବା ନେଇ ଆଶା ଉଜ୍ଜଳ ହୋଇଛି ।

ଇମ୍ରାନ୍‌ଙ୍କୁ ଖାନଙ୍କୁ ଗାଦିଚ୍ୟୁତ କରିବାକୁ ବିରୋଧୀଙ୍କ ପାଖରେ ୧୭୨ ସାଂସଦଙ୍କ ସମର୍ଥନର ଆବଶ୍ୟକତା ରହିଛି । ପାକ୍‌ ସଂସଦରେ ମୋଟ୍‌ ୩୪୨ ସାଂସଦଙ୍କ ସଂଖ୍ୟା ରହିଛି । ଫ୍ଲୋର୍‌ ଟେଷ୍ଟ ପାର୍‌ କରିବାକୁ ଇମ୍ରାନ୍‌ଙ୍କୁ ୧୭୨ ଭୋଟ୍‌ ହାସଲ କରିବାକୁ ହେବ । ହେଲେ ବର୍ତ୍ତମାନ ସ୍ଥିତିରେ ଇମ୍ରାନ୍‌ ଖାନ୍‌ଙ୍କ ସରକାରକୁ ୧୪୨ ସାଂସଦଙ୍କ ସମର୍ଥନ ରହିଛି । ତେବେ ବିରୋଧୀଙ୍କ ପାଖରେ ୧୯୯ ସାଂସଦଙ୍କ ସମର୍ଥନ ଥିବା ଦାବି କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.