ଭାରତର ୩୭୦ ଷ୍ଟ୍ରୋକ୍ରେ ବିବ୍ରତ ପାକିସ୍ତାନ, ଟେନସନରେ କେବଳ ଟ୍ରେନ୍ ଉପରେ ରାଗ ସୁଝାଇଛି
ଭାରତର ୩୭୦ ଷ୍ଟ୍ରୋକ୍ରେ ବିବ୍ରତ ପାକିସ୍ତାନ। ଖାଲି ବାଉଳି ଚାଉଳି ହେଉଛି। ଟେନସନରେ ଥିବା ପାକିସ୍ତାନ ଶେଷରେ ଟ୍ରେନ୍ ଉପରେ ରାଗ ସୁଝାଇଛି। ବାତିଲ କରିଛି ସମଝୌତା ଏକ୍ସପ୍ରେସ ଚଳାଚଳକୁ। ଆଜି ୱାଘା ସୀମାରେ ଲାହୋରରୁ ଆସିବା ବେଳେ ଟ୍ରେନକୁ ଅଟକିଥିଲା ପାକିସ୍ତାନ। ଶେଷରେ ଭାରତୀୟ ଡ୍ରାଇଭର ଯାଇ ଟ୍ରେନ୍କୁ ଆଣିଥିଲେ। ସେପଟେ ଧାରା ୩୭୦କୁ ନେଇ ସରକାରଙ୍କ ଆକ୍ସନ ପରେ ପାକିସ୍ତାନ ପଞ୍ଚସୂତ୍ରୀ ପ୍ଲାନ ପ୍ରସ୍ତୁତ କରିଛି। ଦ୍ୱିପାକ୍ଷିକ ବାଣିଜ୍ୟକୁ ବାତିଲ୍, କୂଟନୈତିକ ସମ୍ପର୍କ ହ୍ରାସ, ଦ୍ୱିପାକ୍ଷିକ ସମ୍ପର୍କର ପୁନର୍ବିଚାର, କଶ୍ମୀର ପ୍ରସଙ୍ଗକୁ ଜାତିସଂଘରେ ଉତ୍ଥାପନ୍ ପାଇଁ ପାକିସ୍ତାନ ନିଷ୍ପତ୍ତି ନେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଆମରେ ଯେଉଁ ପଡୋଶୀ ଅଛନ୍ତି, ସେଭଳି ପଡୋଶୀ କାହାକୁ ନ ମିଳୁ।