ଏମିତି କ’ଣ ହେଲା ଯେ ଜଣେ ନୁହେଁ ବରଂ ୧୫ଜଣ ରୋଗୀ ଏକାସାଙ୍ଗରେ ହରାଇଲେ ଦୃଷ୍ଟିଶକ୍ତି, ଜାଣନ୍ତୁ କେଉଁଠି ଘଟିଛି ଏହି ଦୁଃଖଦ ଘଟଣା

ଇନ୍ଦୋର : ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସମୟରେ ସଂକ୍ରମଣ । ତାପରେ ଯାହାହେଲା ତାହାକୁ ସହଜରେ ଜଣେ ବିଶ୍ବାସ କରିପାରିବ ନାହିଁ । ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସମୟରେ ସଂକ୍ରମଣ ଯୋଗୁଁ ପ୍ରାୟ ୧୫ ଜଣ ରୋଗୀଙ୍କର ଗୋଟିଏ ଲେଖାଏଁ ଆଖି ନଷ୍ଟ ହୋଇଯାଇଥିବା ଖବର ଇନ୍ଦୋରରୁ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ୨ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଥିବା ଜଣାପଡିଛି । ଏହି ଦୁଇ ଅଧିକାରୀ ହେଉଛନ୍ତି ଇନ୍ଦୋର ଚକ୍ଷୁ ଚିକିତ୍ସାଳୟର ନିର୍ଦ୍ଦେଶକ ସୁଧୀର ମହାଶବ୍ଦେ ଓ ଚିକିତ୍ସା ଅଧୀକ୍ଷକ ସୁହାସ ବାଣ୍ଡେ।

ସୂଚନା ଅନୁଯାୟୀ, ଇନ୍ଦୋର ଚକ୍ଷୁ ଚିକିତ୍ସାଳୟରେ ଗତ ଅଗଷ୍ଟ ୫ରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ୬ ତାରିଖରେ ୪ ଜଣ ରୋଗୀ ଦୃଷ୍ଟିଶକ୍ତି ହରାଇଥିବା ନେଇ ଅଭିଯୋଗ ହୋଇଥିଲେ । ଅଗଷ୍ଟ ୮ରେ ପୁଣି ଏକ ଶିବିର ଆୟୋଜନ କରି ଅନ୍ଯ ୧୪ ଜଣ ରୋଗୀଙ୍କର ଅସ୍ତ୍ରୋପଚାର କରାଯାଇଥିଲା ।  କିନ୍ତୁ ପୁଣି ସେହି ସଂକ୍ରମଣ ଯୋଗୁଁ ସମସ୍ତ ରୋଗୀ ଦୃଷ୍ଟିଶକ୍ତି ହରାଇଥିବାର ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ ୩ ଜଣିଆ ତଦନ୍ତ କମିଟି କରି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.