ବିମାନରେ ଶୋଇଥିବା ଅବସ୍ଥାରେ ମହିଳାଙ୍କୁ ଛାଡି ଚାଲିଗଲେ କର୍ମଚାରୀ, ଆଖି ଖୋଲିଲା ଯେତେବେଳେ …

ଏୟାର କାନାଡାର ବିମାନ ମେମ୍ବର ଯାତ୍ରା କରୁଥିବା ଜଣେ ମହିଳାଙ୍କୁ ଶୋଇଥିବା ଅବସ୍ଥାରେ ଏକୁଟିଆ ଛାଡି ଚାଲିଯାଇଥିବା ଘଟଣା ସାମ୍ନାକୁ ଆସିଛି। ଘଟଣା ଅନୁଯାୟୀ, ମହିଳା ଜଣଙ୍କ ବିମାନ ଟେକ୍ ଅଫ୍ କରିବା ପରେ ହିଁ ଶୋଇପଡିଥିଲେ। ଯେତେବେଳେ ସେ ଉଠିଲେ ବିମାନ ପାକିଂ ପାଇଁ ଯାଇସାରିଥିଲା। ଏପରିକି ବିମାନ କର୍ମଚାରୀ ମାନେ ମଧ୍ୟ ମହିଳାଙ୍କୁ ଶୋଇଥିବାର ଦେଖିପାରିନଥିଲେ ଫଳରେ ତାଙ୍କୁ ସେଠାରେ ଶୋଇଥିବା ଅବସ୍ଥାରେ ଏକୁଟିଆ ଛାଡି ପଳାଇଥିଲେ।

air-canada

ଘଟଣାଟି ଚଳିତ ମାସ ପ୍ରାରମ୍ଭରେ ଘଟିଥିଲା। ଟିଫନ୍ନି ଏଡମ୍ସ ନାମକ ଜଣେ ମହିଳାଙ୍କ ସାଙ୍ଗମାନେ ଏହା ବିଷୟରେ ସୋସିଆଲ ମିଡିଆରେ ଶେୟାର କରି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ, ଟିଫନ୍ନି କ୍ବୁବେକ ରୁ ଟୋରେଣ୍ଟୋକୁ ଏୟାର କାନାଡା ଯୋଗେ ଯାତ୍ରା କରୁଥିଲେ। ସେ ବିମାନ ଟେକଅଫ୍ କରିବା ମାତ୍ରେ ଶୋଇପଡିଥିଲେ। ଯେତେବେଳେ ତାଙ୍କ ଆଖି ଖୋଲିଲା ଚାରିଆଡେ ଅନ୍ଧକାରମୟ ଥିଲା। ତାଙ୍କୁ ପ୍ରଥମେ ଲାଗିଲା କି ସେ କୌଣସି ଖରାପ ସ୍ବପ୍ନ ଦେଖୁଛନ୍ତି। ଏହାପରେ ସେ ତାଙ୍କ ସାଙ୍ଗ ମାନଙ୍କୁ ଫୋନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବ୍ୟାଟେରୀ କମ ଥିବାରୁ ଫୋନ କଟିଯାଇଥିଲା। ସେ ବିମାନରେ ଫୋନ ଚାର୍ଜ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିମାନ ବିଜୁଳି ବିହିନ ଥିବାରୁ ମୋବାଇଲ ଚାର୍ଜ ମଧ୍ୟ ହୋଇନଥିଲା।

air canada

ସେ ବହୁ କଷ୍ଟରେ ଏକ ଟର୍ଚ୍ଚ ଖୋଜିପାଇଥିଲେ। ଏବଂ ବିମାନର କବାଟ ପର୍ଯ୍ୟନ୍ତ ପହଞ୍ଚିଥିଲେ। ବିମାନ କବାଟ ଯାଏଁ ପହଞ୍ଚିବା ପରେ ମଧ୍ୟ ସେ ସେଠାରୁ ଓହ୍ଳାଇପାରି ନଥିଲେ। କାରଣ ଭୂମି ବିମାନ କବାଟ ମଧ୍ୟରେ ୫୦ଫୁଟର ଦୂରତା ରହିଥିଲା। ପରେ ସେ ଟର୍ଚ୍ଚ ଲାଇଟ ଜରିଆରେ ଲଗେଜ୍ କାର୍ଟ ଡ୍ରାଇଭରଙ୍କ ଦୃଷ୍ଟି ଆର୍କଷଣ କରିବାରେ ସଫଳ ହୋଇଥିଲେ। ଏବଂ ଡ୍ରାଇଭର ଜଣଙ୍କ ତାଙ୍କୁ ବିମାନରୁ ବାହାରିବାରେ ସାହାଯ୍ୟ କରିଥିଲେ। ଏୟାର କାନାଡା ଏପରି କାର୍ଯ୍ୟହିନତା ପାଇଁ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.