ଫନି ବିପନ୍ନଙ୍କୁ ରିଲିଫ୍ ଅନିୟମିତତା, ପ୍ରତିବାଦରେ ବିକ୍ଷୋଭ କଲେ ଅଲ୍ ଇଣ୍ଡିଆ କିଷାନ ମଜଦୂର ସଂଗଠନ

ଯାଜପୁର ଟାଉନ: ଯାଜପୁର ଜିଲ୍ଲାରେ ଫନି ବାତ୍ୟା ବିପନ୍ନ ମାନଙ୍କୁ ରିଲିଫ୍ ପ୍ରଦାନରେ ବ୍ୟାପକ ଅନିୟମିତତା। ଏହି ଅଭିଯୋଗ କରି ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୂର ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅନିୟମିତତା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ନିମନ୍ତେ ଏକ ଦାବୀ ପତ୍ର ଜିଲ୍ଲାପ୍ରଶାସନକୁ ପ୍ରଦାନ କରାଯାଇଛି । କିଷାନ କ୍ଷେତ ମଜଦୂର ସଂଗଠନ ଯାଜପୁର ଜିଲା କମିଟିର ଅତ୍ୟୁତାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶହଶହ ସଂଖ୍ୟକ କିଷାନ ଓ କ୍ଷେତ ମଜଦୂର ସଂଗଠନ ମାନେ ଜିଲା ମୁଖ୍ୟ ଚିକିତ୍ସାଳୟ ଠାରୁ ଏକ ବିଶାଳ ରାଲିରେ ବାହାରି ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ପ୍ରତିବାଦ ସଭାରେ ବାତ୍ୟାରେ ଭାଙ୍ଗିଯାଇଥିବା ଘର ଗୁଡ଼ିକୁ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା, ସମସ୍ତ କଚାଘର ଗୁଡ଼ିକୁ ପକ୍କା ଘରରେ ପରିଣତ କରିବା, ଫନି ବାତ୍ୟାରେ ବିପର୍ଯ୍ୟସ୍ତ ରବି ଚାଷ, ଆମ୍ବ, କାଜୁ, ନଡ଼ିଆ ଓ ପନିପରିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଯୋଗାଇ ଦେବା, ଅନାବାଦୀ ଜମିରେ ଚାରାରୋପଣ ବନ୍ଦ କରି ଦିର୍ଘଦିନ ଧରି ଚାଷ ବାସ କରି ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ବିଶେଷଙ୍କୁ ଜମିପଟା ଯୋଗାଇ ଦେବା, ୧୧ଲକ୍ଷ ଆଦିବାସୀ ଲୋକମାନଙ୍କୁ ଜଙ୍ଗଲ ଜମିରୁ ଉଛେଦ ବନ୍ଦ କରାଯିବା ଆଦି ବିଭିନ୍ନ ଦାବୀ ଉପସ୍ଥାପନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.