Below header

ଝାରସୁଗୁଡା: ବ୍ରଜରାଜନଗରରେ ଫଟିଲା ଗୁଳି, ଯୁବକ ଗୁରୁତର

ଝାରସୁଗୁଡା: ବ୍ରଜରାଜନଗର ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଗୁଳିମାଡ଼। ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବ୍ରଜରାଜନଗର ବାସିନ୍ଦା ଅମିତ ଧଳକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହେଇଯାଇଛନ୍ତି। ଅମିତଙ୍କ ପିଠି ରେ ଓ ହାତରେ ଗୁଳି ବାଜିଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ମଣ୍ଡଳିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। young boy firingଘଟଣା ଅନୁସାରେ ଆଜି ସନ୍ଧ୍ୟା ସମୟରେ ଅମିତ ଧଳ ବସଷ୍ଟାଣ୍ଡ ନିକଟରେ ବସି ନିଜ ସାଙ୍ଗମାନଙ୍କ ସହିତ ତାସ୍ ଖେଳୁଥିବା ସମୟରେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ଅମିତ ଉପରକୁ ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ। ଫଳରେ ଗୋଟିଏ ଗୁଳି ତାଙ୍କ ପିଠିରେ ବାଜିଥିବା ବେଳେ ଅନ୍ୟ ଏକ ଗୁଳିଟି ତାଙ୍କ ହାତରେ ବାଜିଥିବା ଜଣାପଡିଛି। ଅନ୍ୟପକ୍ଷରେ ପୂର୍ବ ଶତ୍ରୁତା  ହିଁ ଏହି ଗୁଳିକାଣ୍ଡର କାରଣ ବୋଲି ପୋଲିସ ସନ୍ଦେହ କରୁଛି । ଘଟଣାସ୍ଥଳରେ ବ୍ରଜରାଜନଗର ଏସ.ଡି. ପି.ଓ ଙ୍କ ସହିତ ବ୍ରଜରାଜନଗର ଥାନାଧିକାରୀ ପହଁଚି ତଦନ୍ତ ଚଳାଇଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.