ଏୟାରଲାଇନ୍ସ କମ୍ପାନୀଙ୍କ ମନମାନି, ଭୁବନେଶ୍ୱରକୁ ଆସୁଥିବା ବିମାନ ଭଡା ଦାମ୍‌ ୫୦ ହଜାରରୁ ଅଧିକ

ଓଡିଶାର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ପରେ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ବିମାନର ଦାମ୍‌ ବଢାଇଦେଇଛନ୍ତି ଏୟାରଲାଇନ୍ସ କମ୍ପାନୀ । ଯେଉଁ ଟିକେଟର ଦାମ ୫ ରୁ ୮ ହଜାର ରହିଥିଲା ତାହା ଏବେ ୫୦ ହଜାର ଟଙ୍କା ପାର କରିଛି । ଡିଜିସିଏର ଚେତାବନୀ ପରେ ମଧ୍ୟ ଏୟାରଲାଇନ୍ସ କମ୍ପାନୀ ମନମାନି କରୁଛନ୍ତି ।

ଓଡିଶାର ବାଲେଶ୍ୱରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୨୭୫ ଜଣଙ୍କର ଜୀବନ ଚାଲିଯାଇଛି । ଏଭଳି ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁଁ ସେହି ରୁଟରେ ଚାଲୁଥିବା ସମସ୍ତ ଟ୍ରେନକୁ ବାତିଲ କରାଯାଇଛି । ଯାହାର ଫାଇଦା ନେଉଛନ୍ତି ବିମାନ କମ୍ପାନୀ ଏବଂ ବସ୍‌ ମାଲିକ । ଏହିସୁବ ରୁଟରେ ଚାଲୁଥିବା ଗାଡିର ବସ୍‌ ଭଡା ବଢାଇଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଘୋଷଣା କରିବା ପରେ ବିମାନ କମ୍ପାନୀ ଭଡା ବଢାଇଦେଇଛନ୍ତି । ଦିଲ୍ଲୀରୁ ଭୁବନେଶ୍ୱର ଯାଉଥିବା ବିମାନ ଭଡା ହଠାତ୍‌ ବଢିଯିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି ।

ଖବର ମୁତାବକ, ପୂର୍ବରୁ ଯେଉଁ ବିମାନର ଭଡା ୫ ହଜାରୁ ୮ ହଜାର ମଧ୍ୟରେ ରହିଥିଲା, ତାହା ଏବେ ୫୦ ହଜାରରେ ପହଞ୍ଚିଛି । ଏୟାରଲାଇନ୍‌ କମ୍ପାନୀ ଦିଲ୍ଲୀରୁ ଭୁବନେଶ୍ୱର ମଧ୍ୟରେ ବିମାନ ଯାତ୍ରା ଭଡା ବୃଦ୍ଧିପାଇଛି । ୪ ଜୁନ୍‌ ୨୦୨୩ରେ ଦିଲ୍ଲୀରୁ ଭୁବନେଶ୍ୱରକୁ ଆସୁଥିବା ବିମାନ ଭଡା ଅନଲାଇନରେ ୨୫,୪୭୪ ରହିଥିଲା । ଏହାପରେ ଅନ୍ୟ ସମସ୍ତ ବିମାନ କମ୍ପାନୀର ଦାମ୍‌ ମଧ୍ୟ ବଢିଯାଇଥିବା ପରିଲ୍ଲିଖିତ ହୋଇଥିଲା । ଅଲଗା ଅଲଗା ରୁଟରେ ଚାଲୁଥିବା ସବୁଠାରୁ ମହଙ୍ଗା ବିମାନର ଭଡା ୮୫,୩୨୪ ଟଙ୍କା ରହିଥିଲା ।
ସେହିଭଳି ଅନଲାଇନରେ ୫ ଜୁନ୍‌ ୨୦୨୩ ରେ ବିମାନ ଭଡା ମଧ୍ୟ ଅଧିକ ଦେଖିବାକୁ ମିଳିଥିଲା । ୫ ଜୁନର ସବୁଠାରୁ ଶସ୍ତା ବିମାନ ଦାମ୍‌ ୧୩୧୬୩ ଟଙ୍କା ରହିଥିବା ବେଳେ ସବୁଠାରୁ ମହଙ୍ଗା ବିମାନ ଭଡା ୬୩୫୮୯ ଟଙ୍କା ରହିଥିଲା ।

ଡିଜିସିଏ ସମସ୍ତ ଏୟାରଲାଇନ୍ସ କମ୍ପାନୀକୁ ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନର ଭଡା ନ ବଢାଇବାକୁ କହିଛି । ଯଦି କୌଣସି ଏୟାରଲାଇନ୍ସ କମ୍ପାନୀ ଏଭଳି କରେ, ତେବେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାପରେ ମଧ୍ୟ ଏୟାରଲାଇନ୍ସ କମ୍ପାନୀ ନିଜ ମନମାନି ଚଳାଇଛନ୍ତି ।

ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାର ବାଲେଶ୍ୱରର ବାହାନଗା ଷ୍ଟେସରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ପୂରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧୭୫ ଜଣ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.