ଗାଜାରେ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ବୋମା ବର୍ଷା, ୬୮ ଜଣଙ୍କ ମୃତ୍ୟୁ

ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଗାଜାରେ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ବୋମା ବର୍ଷା। ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୬୮ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା ମିଳିଛି।

ନୂଆଦିଲ୍ଲୀ : ଗାଜାରେ ଇସ୍ରାଏଲ ଆକ୍ରମଣ ଜାରି ରଖିଛି। ଗାଜାରେ ଶରଣାର୍ଥୀ କ୍ୟାମ୍ପ ଉପରେ ଇସ୍ରାଏଲର ବୋମା ବର୍ଷା। ଶନିବାର ବିଳମ୍ବିତ ରାତିରେ ଗାଜା ଅଞ୍ଚଳର ଅଲ-ମଗାଜୀ ଶରଣାର୍ଥୀ ଶିବିରରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଏଥିରେ ୬୮ ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୨ ମହିଳା ଓ ୭ ଶିଶୁ ଥିବା ସୂଚନା ମିଳିଛି। ଏ ଯାଏଁ ୨୦ହଜାର ୪୦୦ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା ରହିଛି। ଅଢ଼େଇ ଲକ୍ଷ ନାଗରିକ ବିସ୍ଥାପିତ ହୋଇଥିବା ସୂଚନା ମିଳିଛି।

ଶିବିରର ଜଣେ ଶରଣାର୍ଥୀ କହିଛନ୍ତି ଯେ, ସେ ତାଙ୍କ ଘରେ ବସିଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତା’ପରେ ହଠାତ୍ ସେମାନେ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏହା ସମଗ୍ର ଅଞ୍ଚଳକୁ ଥରାଇ ଦେଇଥିଲା। ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ସୈନ୍ୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେବେ ସ୍ଥାନୀୟ ହସପିଟାଲ ପକ୍ଷରୁ କୁହାଯାଇଛି ଯେ, ଅତି କମରେ ୩୩ ଟି ମୃତଦେହ ମିଳିଛି। କ୍ୟାମ୍ପରେ ଥିବା ଏକ ଘର ଉପରେ ଆକ୍ରମଣ କରାଯାଇଥିଲା। ଉକ୍ତ ଘରେ ଅଧିକ ଲୋକ ଥିଲେ। ସେହି ଘରେ ମହିଳା ସହ ଛୁଆ ମଧ୍ୟ ରହିଥିଲେ। ବିମାନ ଆକ୍ରମଣରେ ଅଲ୍‌-ମଗାଜୀ ଶିବିରରେ ଥିବା ଘର ସବୁ ଭାଙ୍ଗି ଯାଇଥିବା କଥା ପାଲେଷ୍ଟିନୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅଶରଫ୍‌ ଅଲ୍‌-କ୍ବିଦ୍ରା କହିଥିବା କଥା ନିଉଜ୍‌ ଏଜେନ୍‌ସି ‘ଏଏଫ୍‌ପି’ ରିପୋର୍ଟ କରିଛି।

ସୂଚନା ଅନୁଯାୟୀ ଗତ ଅକ୍ଟୋବର ୭ ତାରିଖରେ ଗାଜାରେ ଥିବା ହମାସ ଆତଙ୍କବାଦୀ ସଂଗଠନ ପ୍ରଥମେ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ୨ ମାସ ମଧ୍ୟରେ ଉଭୟ ପକ୍ଷରୁ ହଜାର ହଜାର ନାଗରିକଙ୍କ ଜୀବନ ହାନି ଘଟୁଥିବା ବେଳେ ପରସ୍ପର ନିଜର ଅସ୍ଥିତ୍ବ ବଜାୟ ରଖିବା ଲାଗି ଯୁଦ୍ଧ ଜାରି ରଖିଛନ୍ତି । ଗତ କିଛି ଦିନ ଧରି ଇସ୍ରାଏଲ ଗାଜାର ଉତ୍ତରାଞ୍ଚଳରେ ଆକ୍ରମଣ ଜାରି ରଖିଛି । ହମାସ ଆତଙ୍କବାଦୀଙ୍କ ନିପାତ ଲାଗି ଏହି ଅଞ୍ଚଳରେ ଗ୍ରାଉଣ୍ଡ୍‌ ଆକ୍ରମଣ ଆରମ୍ଭ କରିବ ଲାଗି ଇସ୍ରାଏଲ ପ୍ରସ୍ତୁତ ହେଉଛି । ଏହି ଅଞ୍ଚଳରେ ଶନିବାର ସହର ଭିତରକୁ ଇସ୍ରାଏଲର ଟ୍ୟାଙ୍କ ପ୍ରବେଶ କରି ବୋମାମାଡ଼ କରୁଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.