୨୪ ନିର୍ବାଚନ ପାଇଁ ୨୩ରେ ପଡିବ ମୂଳଦୁଆ, ପାଟନାରେ ଏକାଠି ହେବେ ୧୫ ବିରୋଧୀ ଦଳ

ଜୁନ ୨୩ରେ ବିରୋଧୀ ମହାମେଣ୍ଟର ହେବ ଶୁଭାରମ୍ଭ । ବିହାର ପାଟନାରେ ଏକାଠି ହେବେ ୧୫ଟି ବିରୋଧୀ ଦଳ । ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ହୋଇପାରେ । ବିଜେପିକୁ ରୋକିବା ପାଇଁ ଘମାଘୋଟ ହେବ ଆଲୋଚନା। ସେଦିନ ଗୋଟିଏ ପ୍ରସଙ୍ଗରେ ବାଜିପାରେ ମୋହର।

ନୂଆଦିଲ୍ଲୀ : ଜୁନ ୨୩ରେ ବିରୋଧୀ ମହାମେଣ୍ଟର ହେବ ଶୁଭାରମ୍ଭ । ବିହାର ପାଟନାରେ ଏକାଠି ହେବେ ୧୫ଟି ବିରୋଧୀ ଦଳ । ବିଜେପି ବିରୋଧରେ ମିଳିତ ପ୍ରାର୍ଥୀ ପାଇଁ ନିଷ୍ପତ୍ତି ହୋଇପାରେ । ବିଜେପିକୁ ରୋକିବା ପାଇଁ ଘମାଘୋଟ ହେବ ଆଲୋଚନା। ସେଦିନ ଗୋଟିଏ ପ୍ରସଙ୍ଗରେ ବାଜିପାରେ ମୋହର।

ଦେଶର ସବୁ ଲୋକସଭା ଆସନରେ ୱାନ-ଅନ୍‌-ୱାନ କଣ୍ଟେଷ୍ଟ । ଅର୍ଥାତ ବିଜେପି ସହ ପ୍ରତିଦ୍ୱନ୍ଦିତା କରିବେ ଜଣେ ମିଳିତ ବିରୋଧୀ ପ୍ରାର୍ଥୀ। ଏ ନେଇ ପୂର୍ବରୁ କିଛି ବିରୋଧୀ ମତାମତ ଦେଇ ସାରିଛନ୍ତି। ଜୁନ ୨୩ରେ ଏଥିପାଇଁ ରଣନୀତି ପ୍ରସ୍ତୁତ ହେବ। ଜାତୀୟ ପ୍ରସଙ୍ଗରେ ଏକାଠି କାମ କରିବାର ଆବଶ୍ୟକତା ଥିବା ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି। ବୈଠକରେ ଶରଦ ପାୱାର ଉପସ୍ଥିତ ରହିବେ।

୨୦୨୪ରେ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଏକାଠି ହେବେ ଅନେକ ଚିର ପ୍ରତିଦ୍ୱନ୍ଦୀ। ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ ଓ ଅଖିଲେଶ ଯାଦବଙ୍କ ଭଳି ପ୍ରତିଦ୍ୱନ୍ଦୀଙ୍କ ସହ ଗୋଟିଏ ମଞ୍ଚରେ ବସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ। ସେହିପରି ଦଶନ୍ଧି ଦଶନ୍ଧିର ତିକ୍ତ ରାଜନୈତିକ ପ୍ରତିଦ୍ୱନ୍ଦୀ ବାମ ଦଳର ନେତାଙ୍କ ସହ ଏକାଠି ବସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବାମ ଦଳର ସୀତାରାମ ୟେଚୁରୀ, ଡି ରାଜା ପ୍ରମୁଖ ବୈଠକରେ ଯୋଗ ଦେବେ।

ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗିବା ପରଠାରୁ ବିରୋଧୀଙ୍କୁ ଏକଜୁଟ କରିବାରେ ଲାଗିଛନ୍ତି ନୀତିଶ କୁମାର। କିଛି ଦିନ ପୂର୍ବରୁ ଦୁଇ ଦୁଇଟି ଘଟଣାରେ ବିରୋଧୀ ତାଙ୍କର ଏକତା ଦେଖାଇଛନ୍ତି। ରାହୁଲଙ୍କ ଲୋକସଭା ସଦସ୍ୟତା ରଦ୍ଦ ବେଳେ ଏବଂ ନୂଆ ପାର୍ଲ୍ୟାମେଣ୍ଟ ବିଲ୍‌ଡିଂ ଉଦଘାଟନ ବେଳେ । କର୍ଣ୍ଣାଟକରେ କଂଗ୍ରେସର ଶପଥ ଗ୍ରହଣ ଉତ୍ସବରେ ବି ହାତ ମିଳାଇଥିଲେ ବିରୋଧୀ। ତେବେ ପାଟନା ବୈଠକକୁ ନେଇ ଉପହାସ କରିଛି ବିଜେପି।

Leave A Reply

Your email address will not be published.