ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କୁ ହତ୍ୟା, ପୁରୁଷ ବନ୍ଧୁଙ୍କ ନାମରେ ଅଭିଯୋଗ

ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କୁ ହତ୍ୟା । ପୁରୁଷ ବନ୍ଧୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ବେଙ୍ଗାଳୁରୁରେ ଯୁବତୀଙ୍କୁ ହତ୍ୟା ଘଟଣା ନେଇ ଚାଞ୍ଚଲ୍ୟ ।

ବେଙ୍ଗାଲୁରୁରେ ସଫ୍ଟୱେୟାର ଇଞ୍ଜିନିୟର ଯୁବତୀଙ୍କୁ ହତ୍ୟା । ପୁରୁଷ ବନ୍ଧୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ବେଙ୍ଗାଳୁରୁରେ ଯୁବତୀଙ୍କୁ ହତ୍ୟା ଘଟଣା ନେଇ ଚାଞ୍ଚଲ୍ୟ । ଜଣେ ସଫ୍ଟୱେୟାର କଂପାନୀରେ କାର୍ଯ୍ୟରତ ଯୁବତୀଙ୍କୁ ହତ୍ୟା । ଯୁବତୀଙ୍କ ନାଁ ଆକାଂକ୍ଷା । ଆକାଂକ୍ଷାଙ୍କ ପୁରୁଷ ବନ୍ଧୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ ।

ଆକାଂକ୍ଷା ବେଙ୍ଗାଳୁରୁରେ ନିଜ ପରିବାର ସହ ରୁହନ୍ତି । ହାଇଦ୍ରାବାଦରେ ଏକ ସଫ୍ଟୱେୟାର କମ୍ପାନୀରେ କାର୍ଯ କରୁଥିବା ବେଳେ ବୟଫ୍ରେଣ୍ଡ ଅର୍ପିତ ସହିତ ବନ୍ଧୁତା ହୋଇଥିଲା । ପରେ ଆକାଂକ୍ଷା ବେଙ୍ଗାଲୁରୁକୁ ଏକ ସଫ୍ଟୱେୟର କମ୍ପାନୀରେ ଚାକିରି ପାଇ ଚାଲିଆସିଥିଲେ ।

ଅର୍ପିତ ଓ ଆକାଂକ୍ଷା ଦୁହେଁ ସାପ୍ତାହିକ ଛୁଟିରେ ବୁଲିବାକୁ ଯାଆନ୍ତି ବୋଲି ପରିବାର ଲୋକ କହିଛନ୍ତି । ଗତକାଲି ଅର୍ପିତ ଆକାଂକ୍ଷାକୁ ଦେଖା କରିବାକୁ ଆସିଥିଲେ । ଏଡି ସମୟରେ ଆକାଂକ୍ଷାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ଥାନାରେ ପରିବାର ଲୋକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.