୨ ବର୍ଷ ପରେ ଆରମ୍ଭ ହୋଇଥିଲା ଅମରନାଥ ଯାତ୍ରା, ବିଗତ ୩୬ ଘଣ୍ଟା ମଧ୍ୟରେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଜାରି ରହିଛି । ବିଗତ ୩୬ ଘଣ୍ଟା ମଧ୍ୟରେ ପୁଣି ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଅଧିକାରୀମାନେ ଶନିବାର ଏହି ସୂଚନା ଦେଇଛନ୍ତି। ଅମରନାଥ ଯାତ୍ରା ସମୟରେ ଏପର୍ଯ୍ୟନ୍ତ ୪୯ ଜଣଙ୍କର ମୃତ୍ୟୁ ହୋଇଛି। ଅଧିକାରୀମାନେ କହିଛନ୍ତି ଯେ ଗତ ୩୬ ଘଣ୍ଟା ମଧ୍ୟରେ ପବିତ୍ର ଗୁମ୍ଫାକୁ ଯିବା ବାଟରେ ୬ ଜଣ ତୀର୍ଥଯାତ୍ରୀ ବିଭିନ୍ନ ପ୍ରାକୃତିକ କାରଣରୁ ମୃତ୍ୟୁ ବରଣ କରିଥିଲେ।

ଜୁନ୍ ୩୦ ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ସମୟରେ ବିଭିନ୍ନ ଦୁର୍ଘଟଣା କିମ୍ବା ହୃଦଘାତ ଯୋଗୁଁ ମୋଟ ୪୯ ଜଣଙ୍କର ମୃତ୍ୟୁ ଘଟିଛି। ଜୁଲାଇ ଗୁମ୍ଫା ନିକଟରେ ବନ୍ୟାରେ ୧୫ ଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ମୋଟ ୪୭ ଯାତ୍ରୀ ଏବଂ ଦୁଇଜଣ ସ୍ଥାନୀୟ ଘୋଡା ଚାଲାକଙ୍କ ମଧ୍ୟ ଅଛନ୍ତି।

ଅଧିକାରୀମାନେ କହିଛନ୍ତି ଯେ ଗୁରୁବାର ଦିନ ପାହାଲଗାମର ରେ ଏକ ଘୋଡାରୁ ଗଭୀର ଖାତ ଭିତରେ ଖସି ପଡ଼ିବା ଜଣେ ଘୋଡା ଚାଳକଙ୍କର ମୃତ୍ୟୁ ଘଟିଛି। ସେହି ଦିନ ସନ୍ଧ୍ୟାରେ ପବିତ୍ର ଗୁମ୍ଫା ନିକଟରେ ଆଉ ଜଣେ ଘୋଡା ଚାଳକଙ୍କର ମୃତ୍ୟୁ ଘଟିଥିଲା। ଏଥିସହିତ ଜୁଲାଇ ୮ ରେ ଗୁମ୍ଫା ମନ୍ଦିର ନିକଟରେ ଥିବା ଫ୍ଲାସ ବନ୍ୟାରେ ୧୫ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ପ୍ରାୟ 89 ଜଣ ଆହତ ହୋଇଥିଲେ। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୮୦ ହଜାର ଲୋକ ପବିତ୍ର ଗୁମ୍ଫା ପରିଦର୍ଶନ କରିଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ବାର୍ଷିକ ଅମରନାଥ ଯାତ୍ରା ଚଳିତ ବର୍ଷ ଜୁନ୍ ୩୦ ରେ ଆରମ୍ଭ ହୋଇଥିଲା । କରୋନା ମହାମାରୀ ଯୋଗୁ ଅମରନାଥ ଯାତ୍ରା ଦୁଇ ବର୍ଷ ପରେ ଆରମ୍ଭ ହୋଇଛି, ଯେଉଁଥିପାଇଁ ଏଥର ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି । ଅମରନାଥ ଯାତ୍ରା ସମୟରେ ମୃତ୍ୟୁବରଣ କରିଥିବା ଅଧିକାଂଶ ତୀର୍ଥଯାତ୍ରୀ ସେମାନଙ୍କର ଡାକ୍ତରୀ ପରୀକ୍ଷା କରିନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.