ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି : ଜାହାଜରେ ଥିବା ସମସ୍ତ ୨୨ ଭାରତୀୟ କ୍ର୍ୟୁ ସଦସ୍ୟ ସୁରକ୍ଷିତ, ୬ ନିଖୋଜ

ଆମେରିକା ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି ଘଟଣାରେ ଜାହାଜରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ । ଜାହାଜରେ ୨୨ ଭାରତୀୟ କ୍ରିୟୁ ଥିଲେ । ଜାହାଜରେ ବିଦ୍ୟୁତ ଫେଲ୍ ହେବା ଯୋଗୁଁ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ପୂର୍ବରୁ ଏସଓଏସ୍ ପାଇଁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଥିଲା ବୋଲି କହିଛନ୍ତି ମେରିଲ୍ୟାଣ୍ଡ ଗଭର୍ଣ୍ଣର ।

ଆମେରିକା ଫ୍ରାନ୍ସିସ ସ୍କଟ ବ୍ରିଜ ଟ୍ରାଜେଡି ଘଟଣାରେ ଜାହାଜରେ ଥିବା ସମସ୍ତ ଭାରତୀୟ ସୁରକ୍ଷିତ । ଜାହାଜରେ ୨୨ ଭାରତୀୟ କ୍ର୍ୟୁ ଥିଲେ । ସ୍ପଷ୍ଟ କରିଛି ସିପିଂ କମ୍ପାନୀ ମର୍ସ୍କ । ଏମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଜାହାଜରେ ବିଦ୍ୟୁତ ଫେଲ୍ ହେବା ଯୋଗୁଁ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ପୂର୍ବରୁ ଏସଓଏସ୍ ପାଇଁ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ପାରିଥିଲା ବୋଲି କହିଛନ୍ତି ମେରିଲ୍ୟାଣ୍ଡ ଗଭର୍ଣ୍ଣର ।

ଅନ୍ୟପଟେ ଦୁର୍ଘଟଣା ବେଳେ ପୋଲ ଉପରୁ ୫ଟି ଗାଡ଼ି ପାଣିକୁ ଖସିପଡ଼ିଥିଲା । ୬ ଜଣ ନିଖୋଜ ଥିଲେ । ନିଖୋଜ ୬ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି । ଏବେ ସର୍ଚ୍ଚ ଅପରେସନ ବନ୍ଦ ରହିଛି । ଦୁର୍ଘଟଣା ପରେ ପୋର୍ଟକୁ ଜାହାଜ ଚଳାଚଳ ସାମୟିକ ବନ୍ଦ ରହିଛି ।

ସିଙ୍ଗାପୁର ପତାକା ଥିବା ଜାହାଜ ‘ଦଲି’ ମଙ୍ଗଳବାର ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ବାଲ୍ଟିମୋର ବ୍ରିଜକୁ ଧକ୍କା ଦେଇଥିଲା । ବାଲ୍ଟିମୋର ବନ୍ଦରରୁ କଲମ୍ବୋ ଆସୁଥିଲା ଜାହାଜ । ବାଲ୍ଟିମୋର ବନ୍ଦର ଛାଡ଼ିବାର କିଛି ସମୟ ପରେ ଫ୍ରାନ୍ସିସ ସ୍କଟ ମୁଖ୍ୟ ବ୍ରିଜ୍କୁ ଗୋଟିଏ କଣ୍ଟେନର ଶିପ୍ ଧକ୍କା ଦେଇଥିଲେ । ଏହାପରେ ବ୍ରିଜ୍ଟି ସଂପୂର୍ଣ୍ଣ ଭାବେ ପାଲପସ୍କୋ ନଦୀରେ ଭାଙ୍ଗି ଖସି ପଡ଼ିଥିଲା । ବ୍ରିଜ ଭୁଶୁଡ଼ିବା ବେଳେ ଉପରେ ଥିବା ୫ଟି ଗାଡ଼ି ପାଣିକୁ ଖସି ପଡ଼ିଥିଲା । ସୋନାର ସିଷ୍ଟମ ବ୍ୟବହାର କରି ଗାଡ଼ି ଗୁଡ଼ିକୁ ଠାବ କରାଯାଇଛି ।

ପଟସ୍ପେକୋ ନଦୀ ଉପରେ ବ୍ରିଜ ୧୯୭୭ରେ ଖୋଲାଯାଇଥିଲା । ଏହା ସହରର ଗୁରୁତପୂର୍ଣ୍ଣ ବ୍ରିଜ ଥିଲା । ଯାହା ବାଲ୍ଟିମୋର ପୋର୍ଟ ସହିତ ପୂର୍ବ ତଟରେ ସିପିଂରେ କେନ୍ଦ୍ର ଥିଲା । ଏହାର ନାମ ‘ଦ ଷ୍ଟାର ସ୍ପେଗଲ୍ଡ ବ୍ୟାନର’ଙ୍କ ଲେଖକ ନାମରେ ରଖାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.