ରାଫେଲ୍‌କୁ ଟକ୍କର ଦେଉଥିବା ଆମେରିକାର ଏଫ୍‌୧୬ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ଆକାଶରେ ଲାଗିଲା ନିଆଁ

ଏଫ୍‌୧୬ ଯୁଦ୍ଧ ବିମାନ ଦକ୍ଷିଣ କୋରିଆର ଗୁନସାନରେ ଆମେରିକୀୟ ସୈନ୍ୟ ଆଡ୍ଡା ପାଖରେ ଥିଲା। ଏହି ସମୟରେ ହଠାତ୍‌ ଏହା କ୍ରାସ୍‌ ହୋଇଥିଲା।

ଆମେରିକାର ଅତ୍ୟାଧୁନିକ ଯୁଦ୍ଧ ବିମାନ ଏଫ୍‌୧୬ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆଶ୍ଚର୍ଯ୍ୟର କଥା, ରାଫେଲ୍‌ ଭଳି ଏହାକୁ ଆଡ୍‌ଭାନ୍ସଡ ବୋଲି ବିବେଚନା କରାଯାଏ। ଆମେରିକାର ନେତୃତ୍ୱାଧୀନ ନାଟୋର ଅନେକ ଦେଶ ଏହି ବିମାନକୁ ବ୍ୟବହାର କରନ୍ତି। ଦକ୍ଷିଣ କୋରିଆରେ ଏହି ଯୁଦ୍ଧ ବିମାନ କ୍ରାସ୍‌ ହୋଇଥିବା ସୂଚନା ରହିଛି। ଏଠାରେ ଆମେରିକାର ସୈନ୍ୟ ଆଡ୍ଡା ରହିଛି। କୁହାଯାଉଛି କି, ପ୍ରଶିକ୍ଷଣ ବେଳେ ବିମାନଟି ଆକାଶରେ ଉଡ଼ାଣ ଭରୁଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା।

ଆମେରିକାର ମିଡିଆ ରିପୋର୍ଟ ମୁତାବକ, ଏଫ୍‌୧୬ ଯୁଦ୍ଧ ବିମାନ ଦକ୍ଷିଣ କୋରିଆର ଗୁନସାନରେ ଆମେରିକୀୟ ସୈନ୍ୟ ଆଡ୍ଡା ପାଖରେ ଥିଲା। ଏହି ସମୟରେ ହଠାତ୍‌ ଏହା କ୍ରାସ୍‌ ହୋଇଥିଲା। ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ବର୍ତ୍ତମାନ ସୁଦ୍ଧା ଏ ବିଷୟରେ କୌଣସି ବୟାନ ଦେଇନାହିଁ।

ତେବେ ଆମେରିକୀୟ ଏଫ୍‌୧୬ ବିମାନ କ୍ରାସ୍‌ ହେବାର ଏହା ପ୍ରଥମ ଘଟଣା ନୁହେଁ, ଏଥିପୂର୍ବରୁ ମଧ୍ୟ ଦକ୍ଷିଣ କୋରିଆରୁ ନେଇ ତାଇଓ୍ଵାନ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଏଫ୍‌୧୬ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ କିଛି ପାଇଲଟ୍‌ଙ୍କର ମଧ୍ୟ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.