Below header

କରୋନା ମୃତକଙ୍କୁ ଗଭୀର ସମବେଦନା ଜଣାଇଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ

ଏପର୍ଯ୍ୟନ୍ତ ବିଶ୍ୱରେ ୩ ଲକ୍ଷ ୬୨ ହଜାର ଜଣଙ୍କ ଜୀବନ ନେଲାଣି ମହାମାରୀ କରୋନା ଭାଇରସ । ବିଶ୍ୱବ୍ୟାପୀ ମୃତ୍ୟୁର ତାଣ୍ଡବ ରଚୁଛି ମହାମାରୀ । ଦିନ କୁ ଦିନ ଇଂଲଣ୍ଡରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱ କରୋନା ପ୍ରଭାବିତ ତାଲିକାର ୫ମ ସ୍ଥାନରେ ରହିଛି ଇଂଲଣ୍ଡ । ୨ ଲକ୍ଷ ୬୯ ପଜିଟିଭ କେସ ବାହାରିଥିବା ବେଳେ ୨୯ ହଜାର ୪୨୭ଟି ମୁଣ୍ଡ ନେଇଛି ଏହି ଭାଇରସ । ଯାହାକି ୟୁରୋପ ମହାଦେଶରେ ସର୍ବାଧିକ । ଇଟାଲୀରେ ବି ୨୯ ହଜାର ୩୧୫ ଜୀବନ ଯାଇଛି । ଏବେ ଏହି ସଂଖ୍ୟାକୁ ଅତିକ୍ରମ କରିଛି ଇଂଲଣ୍ଡ । ଏପଟେ ଆମେରିକା ପାଇଁ ସବୁଠୁ ଘାତକ ପାଲଟିଛି ଭାଇରସ୍‌ ।

ଆମେରିକାରେ ବି ସର୍ବାଧିକ ୧ ଲକ୍ଷ ୩ ହଜାରରୁ ଅଧିକ ମୁଣ୍ଡ ଗଡିଲାଣି । ଯାହା ବିଶ୍ୱର ମୋଟ ମୃତ୍ୟୁ ସଂଖ୍ୟାର ପାଖାପାଖି ତିନି ଭାଗରୁ ଏକଭାଗ ହେବ । କରୋନାରେ ଆଖି ବୁଜିଥିବା ଲୋକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ । ବର୍ତମାନ ସମୟରେ ଆମେ ଏକ ଦୁଃଖଦ ମାଇଲଷ୍ଟୋନ୍‌ ଅତିକ୍ରମ କରିଛୁ ବୋଲି କହିଛନ୍ତି ଅମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଅନ୍ୟପଟେ ଚୀନକୁ ଏଥିପାଇଁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.