ମେଣ୍ଟ ସମ୍ପର୍କରେ ଅମିତ ଶାହଙ୍କ ବଡ ବୟାନ, ଦଳର ସଭାପତି ଓ ପ୍ରଧାନମନ୍ତ୍ରୀ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି

ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ସମ୍ପର୍କରେ କହିଥିଲେ ଯେ, ଏ ସମ୍ପର୍କରେ ବେଶି କିଛି କହିପାରିବି ନାହିଁ।

ଇଣ୍ଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ଗୃହ ମନ୍ତ୍ରୀ ଅମିତ ଶାହ ଓଡିଶାରେ ବିଜେପି-ବିଜେଡି ମେଣ୍ଟ ସମ୍ପର୍କରେ କହିଥିଲେ ଯେ, ଏ ସମ୍ପର୍କରେ ବେଶି କିଛି କହିପାରିବି ନାହିଁ। କାରଣ ଆମ ଦଳର ସଭାପତି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପର୍ଯ୍ୟନ୍ତ ଏ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ତେବେ ମୁଁ ନିଶ୍ଚିତ ଭାବେ କହିବି ଯେ, ବିଜେପି ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବ। ସେହିପରି ମେଣ୍ଟ ସମ୍ପର୍କରେ ଆଉ ଏକ ପ୍ରଶ୍ନର ଉତ୍ତର ଦେଇ ଶାହ କହିଛନ୍ତି ଆମେ ହାର୍ଡକୋର ରାଜନୀତି କରୁଛି। ଏଥିରେ ହାର-ଜିତ ହିସାବ କରିବାକୁ ହୁଏ ଓ ଦଳର ବିଚାରଧାରାରେ ଥିବା ସମାନତା ଦେଖିବାକୁ ହେବ।

Leave A Reply

Your email address will not be published.