Below header

‘ପୋଙ୍ଗଲ’ ମଉକାରେ ସଫେଇ କର୍ମୀ ଅମ୍ମା କଲେ ଏଭଳି ଧକଡ୍‌ ଡ୍ୟାନ୍ସ, ଭିଡିଓ ଦେଖି ଲୋକେ ହୋଇଗଲେ ତାଜୁବ

ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକରେ ୪ ଦିନ ଧରି ପାଳନ କରାଯାଉଥିବା ପର୍ବ ‘ପୋଙ୍ଗଲ୍‌’ ଆରମ୍ଭ ହୋଇଯାଇଛି। ଏହି ଉତ୍ସବକୁ ଦକ୍ଷିଣ ଭାରତରେ ନବବର୍ଷର ଆରମ୍ଭ ବୋଲି କୁହାଯାଇଥାଏ। ଏହି ଅବସରରେ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ବିଭିନ୍ନ ଆୟୋଜନ କରାଯାଇଥାଏ। ପୁଡୁଚେରୀର ଏଲ୍‌ଜି କିରଣ ବେଦୀ ଏମିତି ହିଁ ଏକ ଆୟୋଜନର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି, ଯାହାକୁ ଖୁବ୍‌ ପସନ୍ଦ କରାଯାଉଛି। ଭିଡିଓରେ ଜଣେ ଅମ୍ମା ପୋଙ୍ଗଲ ଖୁସିରେ ଜବରଦସ୍ତ ଠୁକ୍‌ମା ଲଗାଉଛନ୍ତି।


ଟୁଇଟରରେ କିରଣ ବେଦୀ କହିଥିଲେ, ‘ଏହି ଭିଡିଓ ପିଡବ୍ଲୁଡି ବିଭାଗ, ନଗରପାଳିକା ଏବଂ ସ୍ୱଚ୍ଛତା ନିଗମର ସଫେଇ କର୍ମଚାରୀଙ୍କ ପୋଙ୍ଗଲ ସେଲିବ୍ରେଶନର। ଭିଡିଓରେ ଜଣେ ସଫେଇ କର୍ମୀ ଅମ୍ମା ମସ୍ତିଭରା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ତାଙ୍କ ସହିତ ଆଉ ବି କେତେଜଣ ମହିଳା ଠୁମ୍‌କା ଲଗାଉଛନ୍ତି। କିନ୍ତୁ ଅମ୍ମାଙ୍କ ଡ୍ୟାନ୍ସ ଖୁବ୍‌ ନିଆରା’।


ଭିଡିଓ ଶେୟାର ହେବାର ୧୮ ଘଣ୍ଟା ଭିତରେ ଏହାକୁୁ ୨୨.୯ ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। କାଯ୍ୟର୍କ୍ରମ ସହ ଜଡ଼ିତ ଅନ୍ୟ ଏକ ଟୁଇଟ୍‌ରେ କିରଣ ବେଦୀ କହିଥିଲେ, ‘ପୋଙ୍ଗଲରେ ଉପହାର ରୂପେ ନଗରପାଳିକା ଏବଂ ପିଡବ୍ଲୁଡି କର୍ମଚାରୀଙ୍କୁ ଟାେଓ୍ଵଲ୍‌ ଓ ଶାଢି ଦିଆଯାଇଛି। ଏହା ସେଲିବ୍ରେଶନର ଏକ ଅଂଶ ଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.