VISAର ଅବଧି ଶେଷ ହେବା ପରେ ବି ଶ୍ରୀଲଙ୍କାରେ ରହୁଥିଲେ ସାତ ଜଣ ଭାରତୀୟ, ମିଳିଲା ଏହି କଠୋର ଦଣ୍ଡ

କୋଲମ୍ବ : ଶ୍ରୀଲଙ୍କାର ଆବ୍ରଜନ ଅଧିକାରୀମାନେ ଏଠାକୁ ମଜୁରୀଆ ଭାବରେ କାମ କରୁଥିବା ସାତ ଭାରତୀୟ ନାଗରିକଙ୍କ ଭିସା ଶେଷ ହେବା ପରେ ମଧ୍ୟ ନିର୍ଦ୍ଧାରିତ ଅବଧିରୁ ଅଧିକ ସମୟ ପଯ୍ୟର୍ନ୍ତ ରହିଥିବା କାରଣରୁ ଗିରଫ କରାଯାଇଛି।

ଭାରତୀୟ ନାଗରିକଙ୍କୁ ଗିରଫର ଏହି ଘଟଣା ଗତ ସପ୍ତାହ ସେହି ସମୟରେ ଜଣାପଡିଲା, ଯେତେବେଳେ ଆବ୍ରଜନ ଏବଂ ଉତପ୍ରବାସ ବିଭାଗର ଅଧିକାରୀମାନେ ଭଟଲାରେ ଏକ ନିର୍ମାଣ ସ୍ଥଳ ଉପରେ ଚଢ଼ାଉ କରିଥିଲେ।

ସୂଚନା ଅନୁଯାୟୀ ଭାରତୀୟ ନାଗରିକ ୩୦ ଦିନର ବିଜନେସ୍‌ ଭିସା ସହିତ ଶ୍ରୀଲଙ୍କା ଆସିଥିଲେ। ସେମାନେ ସର୍ତ୍ତର ଉଲଙ୍ଘନ କରି ରୋଜଗାର କରିବାରେ ଲାଗିଲେ ଏବଂ ନିଶ୍ଚିତ ଭିସାର ଅବଧି ଶେଷ ହେବା ପରେ ମଧ୍ୟ ସେଠାରେ ରହିଲେ।

ପ୍ରାଥମିକ ତଦନ୍ତରୁ ଜଣାପଡିଲା ଯେ ଅନଲାଇନ ଭିସା ପାଇଁ ଆବେଦନ କରି ଦକ୍ଷିଣ ଭାରତ ରାଜ୍ୟର ସାତ ଜଣ ବ୍ୟକ୍ତି ଶ୍ରୀଲଙ୍କା ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.