ICC ଆୱାର୍ଡରେ ବାଜି ମାରିଲେ ଭାରତୀୟ କ୍ରିକେଟର, ରୋହିତ ଶର୍ମା ପାଇବେ ‘କ୍ରିକେଟ ଅଫ ଦ ଇୟର ଆୱାର୍ଡ’

ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ ବା ଆଇସିସି ଆୱାର୍ଡରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର । ୨୦୧୯  ର ଦିନିକିଆ କ୍ରିକେଟ ଅଫ ଦ ଇୟର ଆୱାର୍ଡ ପାଇବେ ଟିମ୍‌ ଇଣ୍ଡିଆ ଉପଅଧିନାୟକ ରୋହିତ ଶର୍ମା । ଗତବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ଆଇସିସି ବିଶ୍ୱକପରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ରୋହିତ । ଏହି ସମୟରେ ସେ  ପାଞ୍ଚଟି ଶତକ ମାରିଥିଲେ । ୯ଟି ମ୍ୟାଚ୍‌ ଖେଳି ହାସଲ କରିଥିଲେ ମୋଟ୍‌ ୬୪୮ ରନ୍‌ । ସେହିପରି ୨୦୧୯ରେ ରୋହିତ ମୋଟ୍‌ ୨୮ଟି ମ୍ୟାଚ୍‌ ଖେଳି ହାସଲ କରିଛନ୍ତି ୧୪୯୦ ରନ୍‌ ।ଅନ୍ୟ ପକ୍ଷରେ କ୍ୟାପଟେନ୍‌ ବିରାଟ କୋହଲିଙ୍କୁ ପ୍ରଦାନ କରାଯିବ ୨୦୧୯ ‘ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆୱାର୍ଡ’ ।

icc award

ଗତ ବିଶ୍ୱକପ୍‌ର ଗୋଟିଏ ମ୍ୟାଚରେ ଡେଭିଡ୍‌ ସ୍ମିଥଙ୍କ ପାଇଁ ଆଗକୁ ଆସିଥିଲେ । ସ୍ମିଥ ବାଉଣ୍ଡ୍ରିରେ ଫିଲଡିଂ କରିବା ବେଳେ ଦର୍ଶକ ତାଙ୍କୁ ଚିଡ଼ାଉଥିଲେ । ବ୍ୟାଟିଂ କରୁଥିବା ସମୟରେ କୋହଲିଙ୍କୁ ଏ କଥା ଭଲ ଲାଗି ନଥିଲା । ସେମିତି ନକରି ସ୍ମିଥଙ୍କୁ ତାଳି ମାରି ଉତ୍ସାହିତ କରିବା ପାଇଁ ଦର୍ଶକଙ୍କୁ ଅନୁରୋଧ କରିଥିଲେ । କୋହଲିଙ୍କ ଏଭଳି ଖେଳୁଆଡ ମନୋଭାବ ପାଇଁ ତାଙ୍କୁ ‘ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆୱାର୍ଡ’ ମିଳିବ ।  ସେହିପରି ଭାରତୀୟ ବୋଲର୍‌ ଦୀପକ ଚହରଙ୍କୁ ପ୍ରଦାନ କରାଯିବ ଟି-ଟ୍ୱେଣ୍ଟି ପରଫରମାନ୍ସ ଅଫ ଦି ଇୟର ପୁରସ୍କାର ।

icc award

ଗତବର୍ଷ ନଭେମ୍ବରରେ ଦୀପକ ଚହର ନାଗପୁରରେ ବାଂଲାଦେଶ ବିପକ୍ଷ ଟି-ଟ୍ୱେଣ୍ଟିରେ ବିପକ୍ଷ ଦଳକୁ ମାତ୍ର ୬ ରନ୍‌ ଦେଇ ୭ଟି ଓ୍ଵିକେଟ ହାତେଇଥିଲେ । ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଏପର୍ଯ୍ୟନ୍ତ ଏହା ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ  । ସାର୍‌ ଗାରଫିଲ୍ଡ ସୋବର୍ସ ଆୱାର୍ଡ ପାଇବେ ଇଂଲଣ୍ଡ କ୍ରିକେଟର ବେନ୍‌ ଷ୍ଟୋକସ୍‌ । ୨୦୧୯ ବିଶ୍ୱକପରେ ଇଂଲଣ୍ଡକୁ ବିଶ୍ୱବିଜୟୀ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ ବେନ୍‌ ଷ୍ଟୋକସ୍‌ । ଏମାନଙ୍କ ବ୍ୟତୀତ ଟେଷ୍ଟ କ୍ରିକେଟର ଅଫ୍‌ ଆୱାର୍ଡ ପାଇବେ ଅଷ୍ଟ୍ରେଲିଆ କ୍ରିକେଟର ପ୍ୟାଟ୍‌ କୁମିନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.