ରାହୁଲ ଗାନ୍ଧୀଙ୍କ ନାମରେ ପୁଣି ଏକ ମାନହାନି ମାମଲା, ଆରଏସଏସ ସଦସ୍ୟଙ୍କୁ କୌରବ ସହ କରିଥିଲେ ତୁଳନା

ନିକଟରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଗୋଟିଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିଜର ସଦସ୍ୟତା ହରାଇଛନ୍ତି । ଏବେ ପୁଣି ତାଙ୍କ ନାମରେ ଆଉ ଏକ ମାନହାନି ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଏଥରର ମାମଲା ଆରଏସଏସ କୁ ନେଇ । ଗତ ଜାନୁଆରୀ ମାସରେ ଭାରତ ଯୋଡ ଯାତ୍ରା ସମୟରେ ଆରଏସଏସକୁ କୌରବ ସହ ତୁଳନା କରିଥିଲେ । ଯାହା ତାଙ୍କ ପାଇଁ ଏବେ ଭାରି ପଡିଛି ।

ନୂଆଦିଲ୍ଲୀ : ନିକଟରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ ଗୋଟିଏ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ନିଜର ସଦସ୍ୟତା ହରାଇଛନ୍ତି । ଏବେ ପୁଣି ତାଙ୍କ ନାମରେ ଆଉ ଏକ ମାନହାନି ମାମଲା ରୁଜୁ ହୋଇଥିବା ଜଣାଯାଇଛି । ଏଥରର ମାମଲା ଆରଏସଏସ କୁ ନେଇ । ଗତ ଜାନୁଆରୀ ମାସରେ ଭାରତ ଯୋଡ ଯାତ୍ରା ସମୟରେ ଆରଏସଏସକୁ କୌରବ ସହ ତୁଳନା କରିଥିଲେ । ଯାହା ତାଙ୍କ ପାଇଁ ଏବେ ଭାରି ପଡିଛି ।

ଏହି ଟିପ୍ପଣୀକୁ ନେଇ ଆରଏସଏସ କର୍ମୀ କମଲ ଭାଦୁରିଆ ଉତ୍ତର ପ୍ରଦେଶ ହରିଦ୍ୱାର କୋର୍ଟରେ ମାମଲା ରୁଜୁ କରିବା ପରେ ଏହା ପଞ୍ଜିକୃତ ହୋଇଛି । ଭାରତ ଯୋଡ ଯାତ୍ରା ସମୟରେ ରାହୁଳ ହରିୟାଣାର ଅମ୍ବାଲାରେ ଆରଏସଏସ ସସଦ୍ୟଙ୍କୁ ଏକବିଂଶ ଶତାବ୍ଦୀର କୌରବ ବୋଲି କହିଥିଲେ । ରାହୁଳଙ୍କ ଟିପ୍ପଣୀ ଥିଲା, ‘‘କୌରବ କିଏ ? ମୁଁ ଆପଣଙ୍କୁ ଏକବିଂଶ ଶତାବ୍ଦୀର କୌରବମାନଙ୍କ ବିଷୟରେ କହିବି। ସେମାନେ ଖାକି ହାଫ୍ ପ୍ୟାଣ୍ଟ୍ ପିନ୍ଧନ୍ତି। ହାତରେ ଲାଠି ଧରି ବିଭିନ୍ନ ଆଡ଼େ ଶାଖା ଖୋଲିଛନ୍ତି।

ଭାରତର ୨-୩ ନିୟୁତ ସଦସ୍ୟ ସେହି କୌରବଙ୍କ ସହ ଛିଡ଼ା ହୋଇଛନ୍ତି।’’ ଏହି ବୟାନକୁ ନେଇ ହୋଇଥିବା ମାମଲାର ଶୁଣାଣି ଆସନ୍ତା ୧୨ ତାରିଖରେ ହେବ ବୋଲି ଜଣାଯାଇଛି । ଏଥି ପୂର୍ବରୁ ରାହୁଳଙ୍କୁ ‘ସବୁ ମୋଦି ସାଙ୍ଗିଆଧାରୀ ଚୋର କାହିଁକି ? ’ ବୋଲି ଟିପ୍ପଣୀରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡାଦେଷ ପାଇଛନ୍ତି । ଯେଉଁଥିପାଇଁ ଲୋକସଭାରେ ତାଙ୍କର ସଦସ୍ୟତା ରଦ୍ଦ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.