ମୋଦିଙ୍କୁ ଘେରିବାକୁ ବିରୋଧୀଙ୍କ ମାନସ-ମନ୍ଥନ, ବିଳମ୍ବିତ ରାତିରେ ଶରଦ ପାଓ୍ଵାରଙ୍କ ଘରେ ଏକାଠି ହେଲେ ବିରୋଧୀ

କେନ୍ୟୁଜ୍ : ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବାକୁ ବିରୋଧୀଙ୍କ ମାନସ ମନ୍ଥନ । ବୁଧବାର ବିଳମ୍ବିତ ରାତିରେ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ବାସଭବନରେ ଏକାଠି ହେଲେ ବିରୋଧୀ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ନେସନାଲ କନ୍‌ଫରେନ୍ସ ନେତା ଫାରୁଖ ଅବଦୁଲ୍ଲା ବୈଠକରେ ସାମିଲ ହୋଇଥିଲେ । ବୈଠକ ପରେ ରାହୁଲ ଗାନ୍ଧି କହିଛନ୍ତି, ଦେଶର ବିଭିନ୍ନ ସଂସ୍ଥାକୁ ନିଜ କବ୍‌ଜାରେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ରାହୁଲଙ୍କ କଥାକୁ ସମର୍ଥନ କରିଥିଲେ ଅରବିନ୍ଦ କେଜରିଓ୍ଵାଲ । ସେହିପରି ମମତା ବାନାର୍ଜୀ କହିଛନ୍ତି, ଆମେ ପ୍ରାକ୍‌ ନିର୍ବାଚନୀ ମେଣ୍ଟ କରିବୁ । ସମୟ କମ୍‌ ଥିବାରୁ, ଆସନ୍ତା ୨୬ ଓ ୨୭ ତାରିଖରେ ପୁଣି ଥରେ ଏକାଠି ବସି ଆଲୋଚନା କରାଯିବ । ମମତା କହିଛନ୍ତି, ଆମେ ଦେଶକୁ ଜୋଡିବାକୁ ଚାହୁଁଛି, ମୋଦି ଦେଶକୁ ଭାଙ୍ଗିବାକୁ ଯାହୁଁଛନ୍ତି । ଏହା ବିରୋଧରେ ଲଢେଇ ଜାରି ରହିବ ବୋଲି କହିଛନ୍ତି ମମତା ବାନାର୍ଜୀ ।

 

 

Leave A Reply

Your email address will not be published.