ଉଚ୍ଛେଦ ହେଲା ‘ଧାରା ୩୭୦’: ଏବେ ଆପଣ ବି କଶ୍ମୀରରେ କିଣିପାରିବେ ସମ୍ପତ୍ତି

ଜମ୍ମୁ-କଶ୍ମୀରରେ ଧାରା ୩୭୦ ଏବଂ ୩୫ଏ ହଟାଇବା ପାଇଁ ରାଷ୍ଟ୍ରପତିଙ୍କ ତରଫରୁ ଅଧିସୂଚନା ଜାରି ହୋଇଯାଇଛି। ଏହି ଅନୁଚ୍ଛେଦ ସମାପ୍ତ ହେବା ପରେ ଏବେ କୌଣସି ବି ଭାରତୀୟ, ଜମ୍ମୁ-କଶ୍ମୀର ଏବଂ ଲଦାଖରେ ସମ୍ପତ୍ତି କିଣି ପାରିବେ। ଏହାସହିତ ଯେ କେହି ସାଧାରଣ ନାଗରିକ ରାଜ୍ୟ ସରକାରଙ୍କ ବିଭିନ୍ନ ପଦବୀରେ ଚାକିରି ମଧ୍ୟ କରିପାରିବେ।

ଆପଣ ବି କିଣି ପାରିବେ ସମ୍ପତ୍ତି

ଅଗଷ୍ଟ ୫ ତାରିଖଠାରୁ ଭାରତରେ ରହୁଥିବା କେହି ବି ନାଗରିକ ଯଦି ଚାହିଁବେ, ତେବେ ଜମ୍ମୁ-କଶ୍ମୀରରେ ଘର, ପ୍ଲଟ୍‌, ଚାଷ ଜମି, ଦୋକାନ ଆଦି କିଣି ପାରିବେ। ପୂର୍ବରୁ କେବଳ ରାଜ୍ୟବାସୀ ହିଁ ସମ୍ପତ୍ତି କିଣିପାରୁଥିଲେ ଏବଂ ଭାରତୀୟଙ୍କୁ ସମ୍ପତ୍ତି କିଣିବାକୁ ରୋକାଯାଉଥିଲା।

ଲାଗୁ ହୋଇଗଲା ନୂଆ ଆଦେଶ

ରାଷ୍ଟ୍ରପତିଙ୍କ ଆଦେଶ ତୁରନ୍ତ ଲାଗୁ ହୋଇଯାଇଛି। ଅନୁଚ୍ଛେଦ ୩୫ଏ ଜମ୍ମୁ-କଶ୍ମୀର ରାଜ୍ୟବାସୀଙ୍କର ପରିଚୟ ଥିଲା ଏବଂ ସେମାନଙ୍କ ବିଶେଷ ଅଧିକାର ସମ୍ବନ୍ଧୀୟ ଥିଲା। ଏହି ଧାରା ସମାପ୍ତ ହେବାରେ ହିଁ ରାଜ୍ୟର ସ୍ୱତନ୍ତ୍ର ମର୍ଯ୍ୟାଦା ସମାପ୍ତ ହୋଇଯାଇଛି। ଏହାସହ ରାଜ୍ୟର ସ୍ଥାୟୀ ନିବାସୀଙ୍କର ଦ୍ୱେତ ନାଗରିକତ୍ୱ ମଧ୍ୟ ଶେଷ ହୋଇଯିବ। ଏବେ ସେମାନେ ଭାରତର ନାଗରିକ ହୋଇଯିବେ।

ଏହାସହ ପଢ଼ନ୍ତୁ: ଜମ୍ମୁ-କଶ୍ମୀରରୁ ହଟିଲା ଧାରା ୩୭୦, ୩୫ଏ: ଆସନ୍ତୁ ଜାଣିବା କ’ଣ ଏହି ଧାରା

ବଢ଼ିବ ସର୍କଲ ରେଟ୍‌

ବର୍ତ୍ତମାନ ଜମ୍ମୁ-କଶ୍ମୀରରେ ସର୍କଲ ରେଟ୍‌ ୧ ଜାନୁୟାରୀରୁ ଡିସେମ୍ବର ୩୧ ପଯ୍ୟର୍ନ୍ତ ଲାଗୁ ରହିଛି। ନୂଆ ବ୍ୟବସ୍ଥା ଅଧୀନରେ ସର୍କଲ ରେଟ୍‌ ଆଥିକ ବର୍ଷରେ ବୃଦ୍ଧି ଘଟିବ। ନୂତନ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟ ଭିତରର ସମ୍ପତ୍ତି ମୂଲ୍ୟ ବୃଦ୍ଧି ପାଇବ ଏବଂ ରିୟଲ ଇଷ୍ଟେଟ୍‌ ବଜାରରେ ମଧ୍ୟ ଅଭିବୃଦ୍ଧି ଘଟିବ।

ତିଷ୍ଠି ପାରିବେ ବଡ଼ ବିଲ୍ଡର

ଦେଶସାରା କାଯ୍ୟର୍ରତ ବଡ଼ ବିଲ୍ଡର ଏବେ କଶ୍ମୀରରେ ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ଜଣେ ବ୍ୟବସାୟୀଙ୍କ କହିବାନୁଯାୟୀ, ଏଠାକାର ରିୟଲ ଇଷ୍ଟେଟ୍‌ ବଜାରରେ ବଡ଼ ବଡ଼ କମ୍ପାନୀକୁ ନିଜର ବ୍ୟବସାୟ ଆରମ୍ଭ କରିବାରେ ଯଥେଷ୍ଟ ସହାୟତା ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.