ଲକ୍ଷ୍ନୌରେ ଭୁଶୁଡ଼ିଲା ଆପାର୍ଟମେଣ୍ଟ, ସମାଜବାଦୀ ପାର୍ଟି ନେତାଙ୍କ ମାଆ ଓ ସ୍ତ୍ରୀ ମୃତ, ଯୋଗୀ ମାଗିଲେ ଯାଞ୍ଚ ରିପୋର୍ଟ

କେନ୍ୟୁଜ୍‌(ବ୍ୟୁରୋ): ଲକ୍ଷ୍ନୌରେ ଭୁସୁଡ଼ିଲା ଆପାର୍ଟମେଣ୍ଟ । ବଜୀର ହସନ ରୋଡରେ ଥିବା ଅଳାୟା ଆପାର୍ଟମେଣ୍ଟ ଭୁସୁଡ଼ି ପଡ଼ିଛି । ଏଥିରେ ସମାଜବାଦୀ ପାର୍ଟି ପ୍ରବକ୍ତା ଅବାସ ହେଦରଙ୍କ ମାଆ ବେଗମ ହେଦରଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କର ଛାତି ଓ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଥିଲା । ଆଜି ସକାଳେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାସହ ସମାଜବାଦୀ ପାର୍ଟି ପ୍ରବକ୍ତା ଅବାସ ହେଦରଙ୍କ ପତ୍ନୀ ଉଜମା ଅବାସଙ୍କ ମୃତ୍ୟୁ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ଟ୍ଵିଟକରି ସମବେଦନା ଜଣାଇଛନ୍ତି ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୭ ଦିନ ଭିତରେ ଯାଞ୍ଚ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଯାଞ୍ଚପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ସରକାର । ଏହି ଘଟଣାରେ ସମାଜବାଦୀ ପାର୍ଟି ବିଧାୟକ ସାହିଦ ମଞ୍ଜୁରଙ୍କ ପୁଅ ନବାଜିଶ ସାହିଦ, ଫାହଦ ୟାଜଦାନୀ ଓ ମହମଦ ତାରିକଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି । ତିନି ଜଣଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୩୦୮, ୪୨୦, ୧୨୦ଖରେ ମାମଲା ରୁଜ୍ଜୁ ହୋଇଛି । ଆପାର୍ଟମେଣ୍ଟରେ କିଛିଦିନ ପୂର୍ବରୁ ମରାମତି ଓ ପାଇପଲାଇନର କାମ ଚାଲୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.