କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆଉ ୫ ବର୍ଷ ବଢ଼ିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି

ଆଗାମୀ ଲୋକସଭା ନିର୍ବାଚନ ଏବଂ ପାଞ୍ଚ ରାଜ୍ୟରେ ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ସରକାର ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଉଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ଵାଇ)’କୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି।

ଆଗାମୀ ଲୋକସଭା ନିର୍ବାଚନ ଏବଂ ପାଞ୍ଚ ରାଜ୍ୟରେ ଶେଷ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ମୋଦି ସରକାର। ସରକାର ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଯୋଗାଉଥିବା ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍‌ଜିକେଏଓ୍ଵାଇ)’କୁ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପିଏମ୍‌ଜିକେଏଓ୍ଵାଇକୁ ୫ ବର୍ଷ ପାଇଁ ବୃଦ୍ଧି କରିବା ଉପରେ ଅନୁମୋଦନ ମିଳିଛି।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କୋଭିଡ ମହାମାରୀ ସମୟରେ ପିଏମ୍‌ଜିକେଏଓ୍ଵାଇ ଆରମ୍ଭ ହୋଇଥିଲା। ସରକାର ଏହି ଯୋଜନାକୁ ୨୦୨୪ ଜାନୁୟାରୀ ୧ ପରେ ଆଗାମୀ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାର ହିତାଧିକାରୀମାନଙ୍କୁ ପ୍ରତି ବ୍ୟକ୍ତି ପିଛା ୫ କିଲୋଗ୍ରାମ ମାଗଣା ଶସ୍ୟ ସହିତ ୮୧ କୋଟି ଭାରତୀୟଙ୍କୁ ଯୋଜନାର ଲାଭ ମିଳିବ।

ଯେଉଁ ପରିବାରକୁ ଅନ୍ତ୍ୟୋଦୟ ଯୋଜନାର ଲାଭ ମିଳୁଛି, ସେମାନଙ୍କୁ ୩୫ କିଲୋଗ୍ରାମ ଖାଦ୍ୟଶସ୍ୟ ମିଳିବା ଜାରି ରହିବ। ଏହି ଯୋଜନାରେ ସରକାର ୧୧.୮୦ ଲକ୍ଷ କୋଟି ଟଙ୍କା ଆଗାମୀ ପାଞ୍ଚ ବର୍ଷରେ ଖର୍ଚ୍ଚ କରିବେ।

ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ବଜେଟ୍‌ରେ ପ୍ରସ୍ତୁତ ପିଏମ୍‌ଜିକେଏଓ୍ଵାଇର ସମୟ ସୀମା ୨୦୨୩ ଡିସେମ୍ବର ୩୧ରେ ଶେଷ ହେବ। ଏହାପୂର୍ବରୁ, ଯୋଜନାକୁ ୨୦୨୩ ଜାନୁୟାରୀ ୧ରୁ ଏକ ନୂତନ ରୂପରେ ଆରମ୍ଭ କରାଯାଇଥିଲା, ଯାହା ଅଧୀନରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା ଏବଂ ପ୍ରାଥମିକ ଘରୋଇ ହିତାଧିକାରୀଙ୍କୁ ମାଗଣା ଶସ୍ୟ ଯୋଗାଇବା ପାଇଁ ନୂତନ ଏକୀକୃତ ଖାଦ୍ୟ ସୁରକ୍ଷା ଯୋଜନାକୁ ଆରମ୍ଭ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.