Below header

ପୁଞ୍ଛରେ ସେନା ଟ୍ରକ ଉପରେ ଆକ୍ରମଣ ଘଟଣା: ଟ୍ରକରେ ରହିଥିଲା ଇଫତାର ପାର୍ଟି ପାଇଁ ଜିନିଷ, ଇଦ୍‌ ପାଳନ କରିବାକୁ ମନା କଲେ ଗ୍ରାମବାସୀ

ପୁଞ୍ଛରେ ଆକ୍ରମଣ ହୋଇଥିବା ସେନା ଟ୍ରକରେ ଥିଲା ଇଫତାର ପାର୍ଟି ପାଇଁ ଫଳମୂଳ ଓ ଜିନିଷ । ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଗାଁରେ ସେନା ପକ୍ଷରୁ ହୋଇଥାନ୍ତା ଇଫତାର ପାର୍ଟି । ହେଲେ ତା’ ପୂର୍ବରୁ ଆତଙ୍କୀ ହାମଲାରେ ଟ୍ରକ ସହିତ ଜଳିଗଲେ ୫ ଯବାନ ।

ଜମ୍ମୁ କଶ୍ମୀରର ପୁଞ୍ଛରେ ଗରୁବାର ଦିନ ସେନା ଟ୍ରକ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଯବାନ ସହିଦ ହୋଇଥିଲେ । ଆକ୍ରମଣରେ ସଂପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଥିବା ଟ୍ରକରେ ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିଲା । ସେନା ଟ୍ରକରେ ପୁଞ୍ଛର ଏକ ଗାଁରେ ହେବାକୁ ଥିବା ଇଫତାର ପାର୍ଟି ପାଇଁ ଏହି ଜିନିଷ ଯାଉଥିଲା । ଏହି ଘଟଣା ପରେ ଗ୍ରାମବାସୀ ଇଦ୍‌ ପାଳନ ନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ମୁତାବକ, ଆରଆର ଯବାନ ସେଗାଟ ଅଞ୍ଚଳରେ ୨୦ ଏପ୍ରିଲ ରାତିରେ ଇଫତାର ପାର୍ଟିର ଆୟୋଜନ କରିଥିଲେ ସେନା ପକ୍ଷରୁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ଏଭଳି ଇଫତାର ପାର୍ଟିର ଆୟୋଜନ କରାଯାଇଥାଏ । ଆଉ ଆତଙ୍କୀ ଏହି ଆୟୋଜନକୁ ନେଇ ନାରାଜ ରହିଥିଲେ । ତେଣୁ ସେନାର ଟ୍ରକ ଇଫତାର ପାର୍ଟି ପାଇଁ ଜିନିଷ ନେଇ ଯାଉଥିବା ବେଳେ ଆତଙ୍କୀ ହମଲା କରିଥିଲେ । ଫଳରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା । ଆଉ ୫ ଜଣ ଯବାନ ସହିଦ ହୋଇଯାଇଥିଲେ ।

ଏହି ଘଟଣା ପର ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିବା ଗାଁ ଲୋକ ଦୁଃଖରେ ରହିଛନ୍ତି । ଯବାନଙ୍କ ସହିଦ ହେବା ଯୋଗୁଁ ସେମାନେ ଇଦ୍‌ ମନାଇବାକୁ ମନା କରିଦେଇଛନ୍ତି ।

ଏହି ଘଟଣାରେ ମନଦୀପ ସିଂ, ହରିକିଶନ ସିଂ, ଲାନ୍ସ ନାଏକ କୁଲଓ୍ଵନ୍ତ ସିଂ, ସେବକ ସିଂ, ଦେବାଶିଷ ବିଶ୍ୱାଳ ସହିଦ ହୋଇଥିଲେ । ସେହିପରି ଆଉ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ସେନା ହସପିଟାଲରେ ଚାଲିଛି । ଆକ୍ରମଣ ପରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଆତଙ୍କୀକୁ ଖୋଜିବା ପାଇଁ ଡ୍ରୋନର ସାହାଯ୍ୟ ନିଆଯାଇଛି । ଆକ୍ରମଣ ପଛରେ ପିଏଏଫଏଫ ନାମକ ଆତଙ୍କୀ ସଂଗଠନ ଦାୟୀ ରହିଛି । ଏହା ପାକିସ୍ତାନୀରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ସହିତ ଜଡିତ ବୋଲି ଖବର ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.