କେନ୍ଦ୍ର ସରକାରଙ୍କ ପୂର୍ବରୁ ଲକଡାଉନ ବୃଦ୍ଧି ନେଇ ସୂଚନା ଦେଲେ କେଜରିୱାଲ, ଟ୍ୱିଟ୍ କରି କହିଲେ “ବଢ଼ିଲା ଅବଧି”

କରୋନା ଲକଡାଉନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏକ ବଡ଼ କଥା କହିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟ୍ୱିଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକଡାଉନ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ କେନ୍ଦ୍ର ତରଫରୁ ବର୍ତ୍ତମାନ ସୁଦ୍ଧା ଏନେଇ କୌଣସି ଘୋଷଣା କରାଯାଇନାହିଁ।

କେଜରିୱାଲ ଟ୍ୱିଟ କରି ଲେଖିଛନ୍ତି ଯେ ଭାରତରେ ବେଳ ଥାଉ ଥାଉ ଲକଡାଉନ କରିବା ଏକ ଉତ୍ତମ ନିଷ୍ପତ୍ତି। ଏଭଳି ସ୍ଥିତିରେ ଯଦି ଲକଡାଉନ ଖୋଲି ଦିଆଯାଏ ତେବେ ସମସ୍ତ ପରିଶ୍ରମ ବୃଥା ଯିବ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ବଢ଼ାଇବାକୁ ଉତ୍ତମ ନିଷ୍ପତ୍ତି ନେଇଛନ୍ତି। ଆମେ ଲକଡାଉନ ଲାଗୁ କରିବା ନିଷ୍ପତ୍ତି ଶୀଘ୍ର ନେଇଥିଲୁ, ଏଣୁ ସ୍ଥିତିକୁ ଆୟତ୍ତ କରିବାରେ ଅନ୍ୟ ଦେଶ ତୁଳନାରେ ଶୀଘ୍ର ସଫଳ ହେଇଥିଲୁ।

Arvind Kejriwal invites PM Modi for his swearing-in ceremony on Sunday

ତେବେ କେଜରିୱାଲଙ୍କ ଏହି ଟ୍ୱିଟରୁ ସ୍ପଷ୍ଟ ଜଣାପଡୁଛି ଯେ ମୋଦି ସରକାର ଲକଡାଉନ ଅବଧି ବୃଦ୍ଧି କରିବାକୁ ଯାଉଛନ୍ତି। ଖୁବଶୀଘ୍ର ଏନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବେ। ସୂଚନାଯୋଗ୍ୟ ଯେ ଦେଶରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଭାରତରେ ଏବେ ଯାଏଁ ୭୪୪୭ଟି ପଜିଟିଭ କେସ ସାମ୍ନାକୁ ଆସିଥିବା ବେଳେ ୨୩୯ ଜଣଙ୍କ ମୃତ୍ୟୁ ଘଟିସାରିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.