ଆର୍ଯ୍ୟନ ଖାନ ଡ୍ରଗ କେସ୍‌ର ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ମୃତ୍ୟୁ, ସମୀର ଓ୍ଵାଙ୍ଖେଡ ଉପରେ ଲଗାଇଥିଲେ ୨୫ କୋଟି ଲାଞ୍ଚ ନେବା ଅଭିଯୋଗ

ମୁମ୍ବାଇରେ ଚର୍ଚ୍ଚିତ କ୍ରୁଜ୍ ଡ୍ରଗ୍ସ ମାମଲାରେ ମୁଖ୍ୟ ସାକ୍ଷୀ ପ୍ରଭାକର ସେଲଙ୍କ ଶୁକ୍ରବାର ମୃତ୍ୟୁ ହୋଇଯାଇଛି । ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଓକିଲ ତୁଷାର ଖଣ୍ଡାରେ କହିଛନ୍ତି । ଘରେ ହିଁ ସେ ହୃଦଘାତରେ ପ୍ରାଣ ହରାଇଥିବା ସୂଚନା ମିଳିଛି । ତାଙ୍କ ପାର୍ଥିବ ଶରୀରକୁ ଆଜି ସକାଳେ ଅନ୍ଧେରୀ ସ୍ଥିତ ଘରକୁ ଅଣାଯାଇ ଶେଷ ବିଦାୟ ଦିଆଯାଇଛି।

ସୂଚନାନୁସାରେ, ପ୍ରଭାକର ସେଲ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଡ୍ରଗ୍ସ ମାମଲାରେ ଲାଞ୍ଚ ନେଇଥିବା ଅଭିଯୋଗ ଲଗାଇଥିଲେ । ଏହାପରେ ସମୀରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଥିଲା । ମାମଲାର ତଦନ୍ତ କରୁଥିବା ଏନସିବିର ଭିଜିଲାନ୍ସ ଟିମ୍ ପ୍ରଭାକରଙ୍କୁ ଜେରା ମଧ୍ୟ କରିଥିଲା । ସେତେବେଳେ ସମୀର ଏନସିବିର ଜୋନାଲ ଡାଇରେକ୍ଟର ଥିଲେ । ସମୀର ଓ୍ଵାଙ୍ଖେଡ ୨୫ କୋଟି ଟଙ୍କା ଲାଞ୍ଚ ମାଗୁଥିବା ଅଭିଯୋଗ କରିଥିଲେ ପ୍ରଭାକର।

ପ୍ରଭାକର ଦାବି କରିଥିଲେ ଯେ, କ୍ରୁଜ ପାର୍ଟି ରେଡ୍ ବେଳେ ସେ ଉପସ୍ଥିତ ଥିଲେ । ସେ କହିଥିଲେ ଯେ, ସମୀରଙ୍କ ସହଯୋଗୀ କେପି ଗୋସ୍ୱାମୀ ମାମଲା ରଫାଦଫା ପାଇଁ ୧୮ କୋଟିର ଡିଲ୍ କରିଥିଲେ । ପରେ କେପି ଗୋସ୍ୱାମୀ ସମୀରଙ୍କୁ ମଧ୍ୟ ଲାଞ୍ଚ ଦେଇଥିବା କହିଥିଲେ । କେପି ଗୋସ୍ୱାମୀଙ୍କ ପୁଅ ସହିତ ଆର୍ଯ୍ୟନ ଖାନଙ୍କ ସେଲଫି ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.