ଅଶ୍ୱିନୀ ବୈଷ୍ଣବ କଲେ ଭାରତର ପ୍ରଥମ 5G କଲ୍‌, ସମ୍ପୂର୍ଣ୍ଣ ଭାବେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ନେଟ୍‌ଓ୍ଵାର୍କ

କେନ୍ଦ୍ର ଯୋଗାଯୋଗ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଇଆଇଟି ମାଡ୍ରାସ୍‌ରେ ଭାରତର ପ୍ରଥମ 5G ଅଡିଓ ଏବଂ ଭିଡିଓ କଲ୍‌ର ସଫଳତାପୂର୍ବକ ପରୀକ୍ଷଣ କରିଛନ୍ତି। ପୂରା ନେଟ୍‌ଓ୍ଵାର୍କକୁ ଭାରତରେ ଡିଜାଇନ୍‌ ତଥା ବିକଶିତ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ଵିଟ୍‌ କରି କହିଛନ୍ତି ଯେ ‘ଆଇଆଇଟି ମାଡ୍ରାସ୍‌ରେ 5G କଲ୍‌ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି। ସମ୍ପୂର୍ଣ୍ଣ ଏଣ୍ଡ୍‌ ଟୁ ଏଣ୍ଡ୍‌ ନେଟ୍‌ଓ୍ଵାର୍କ ଭାରତରେ ଡିଜାଇନ୍‌ ଏବଂ ବିକଶିତ କରାଯାଇଛି’। ଏଥି ସହିତ ସେ କହିଛନ୍ତି ଯେ ଆମକୁ ଏହି ସମ୍ପୂର୍ଣ୍ଣ ପ୍ରଦ୍ଦ୍ୟୋଗିକୀ ଷ୍ଟାକ୍‌ ସହିତ ପୂରା ବିଶ୍ୱକୁ ଜିତିବାର ଅଛି।

ଦୂରସଞ୍ଚାର ବିଭାଗ ଆଗାମୀ ସପ୍ତାହରେ 5G ସ୍ପେକ୍ଟ୍ରମ୍‌ ନିଲାମୀ ପ୍ରସ୍ତାବକୁ ଅନ୍ତିମ ମଞ୍ଜୁରୀ ନିମନ୍ତେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସାମ୍ନାକୁ ଆଣିବାର ସମ୍ଭାବନା ରହିଛି। TRAI ଅଧ୍ୟକ୍ଷ ପିଡି ଓ୍ଵାଘେଲା କହିଛନ୍ତି ଯେ ଶିକ୍ଷା, ସ୍ୱାସ୍ଥ୍ୟସେବା, କୃଷି, ଶକ୍ତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଡିଜିଟାଲ୍‌ ଟେକ୍ନୋଲୋଜି ସେବା ବିତରଣକୁ ପରିବର୍ତ୍ତନ କରୁଛି। ଏହି ପରିପ୍ରେକ୍ଷୀରେ ସେ ନୀତି ଏବଂ ନିୟମକୁ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ଏକ ଦକ୍ଷ ତଥା ସହଯୋଗାତ୍ମକ ଦୃଷ୍ଟିକୋଣର ଆହ୍ଵାନ କରିଛନ୍ତି।

କହି ରଖୁଛୁ, ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ମାଡ୍ରାସରେ ଦେଶର ପ୍ରଥମ 5G ପରୀକ୍ଷଣର ଉଦ୍‌ଘାଟନ କରିଥିଲେ। ଯଦ୍ଦ୍ଵାରା ଷ୍ଟାର୍ଟଅପ୍‌ ଏବଂ ଉଦ୍ଦ୍ୟୋଗୀମାନେ ସ୍ଥାନୀୟ ରୂପରେ ନିଜ ଉତ୍ପାଦଗୁଡ଼ିକର ପରୀକ୍ଷଣ ତଥା ଯାଞ୍ଚ କରି ପାରିବେ ଏବଂ ବିଦେଶୀ ସୁବିଧାଗୁଡ଼ିକ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.