ନିର୍ବାଚନ ଜିତିଥିବା ବିଜେପିର ୧୦ ସାଂସଦ ଦେଲେ ଇସ୍ତଫା

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ବୁଧବାର ବଡ଼ ନିଷ୍ପତ୍ତି ନେଇଛି ବିଜେପି। ଯେଉଁ ସାଂସଦମାନେ ନିର୍ବାଚନ ଜିତିଛନ୍ତି, ସେମାନେ ସଂସଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପରେ ବୁଧବାର ବଡ଼ ନିଷ୍ପତ୍ତି ନେଇଛି ବିଜେପି। ଯେଉଁ ସାଂସଦମାନେ ନିର୍ବାଚନ ଜିତିଛନ୍ତି, ସେମାନେ ସଂସଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ୧୦ ଜଣ ସାଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

ଇସ୍ତଫା ଦେଇଥିବା ଏହି ସାଂସଦମାନଙ୍କ ମଧ୍ୟରେ ଅଛନ୍ତି ମଧ୍ୟ ପ୍ରଦେଶରୁ ନରେନ୍ଦ୍ର ସିଂ ତୋମର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ ଓ ରୀତି ପାଠକ, ଛତିଶଗଡ଼ରୁ ଅରୁଣ ସାଓ ଓ ଗୋମତୀ ସାଇ ଏବଂ ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ସିଂ ରାଠୋର, ଦିୟା କୁମାରୀ ଓ କିରୋଡି ଲାଲ ମୀନା।

୪ଟି ରାଜ୍ୟ ମଧ୍ୟ ପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ବିଜେପି ୨୧ ଜଣ ସାଂସଦଙ୍କୁ ବିଧାୟକ ଟିକେଟ୍ ଦେଇଥିଲା। ସେଥିମଧ୍ୟରୁ ୧୨ ଜଣ ନିର୍ବାଚନ ଜିତିଥିବା ବେଳେ ୯ ଜଣ ସାଂସଦ  ହାରିଛନ୍ତି। ବର୍ତ୍ତମାନ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ସଂସଦର ସମସ୍ତ ସଦସ୍ୟ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ ଭେଟି ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ଅନ୍ୟ ଦୁଇ ସାଂସଦ ବାବା ବାଳକନାଥ ଓ ରେଣୁକା ସିଂ ନିଜର ଇସ୍ତଫା ଦେଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.