ବିଚାରଧୀନ କଏଦୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ବେକରେ ଗାମୁଛା ଲଗାଇ ଝୁଲିପଡିଲେ

ରଗଡି ସବଜେଲରେ ବିଚାରଧୀନ କଏଦୀ ଜୀବନ ହାରିଛନ୍ତି। ଆଜି ସକାଳେ ଜେଲ ପରିସରରେ ଥିବା ଏକ ନିର୍ମାଣଧୀନ ଗୃହରେ ସେ ସୁଇସାଇଡ୍ କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲିପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଯାଜପୁର ରୋଡ (କେନ୍ୟୁଜ): ରଗଡି ସବଜେଲରେ ବିଚାର ଧୀନ କଏଦୀଙ୍କ ଆତ୍ମହତ୍ୟା। ଆଜି ସକାଳେ ଜେଲ ପରିସରରେ ଥିବା ଏକ ନିର୍ମାଣଧୀନ ଗୃହରେ ସେ ସୁଇସାଇଡ୍ କରିଛନ୍ତି । ବେକରେ ଗାମୁଛା ଲଗାଇ ଝୁଲିପଡିଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ସୂଚନା ମୁତାବକ ଆଜି ସାଢେ ୧୧ଟା ସମୟରେ ଜେଲ ଭିତରେ ଥିବା ନିର୍ମାଣ ଧୀନ ଗୃହ ମଧ୍ୟରେ କଏଦୀ ଜଣକ ଏକ ଗାମୁଛା ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସୁରକ୍ଷା କର୍ମୀଙ୍କ ସହାୟତାରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଯାଜପୁର ରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। କଏଦୀ ଜଣକ ଏକ ପୋସ୍କୋ ଆକ୍ଟରେ ୪୯ ଦିନ ହେବ ଗିରଫ ହୋଇ ବିଚାରଧୀନ ଭାବେ ରଗଡି ସବ ଜେଲରେ ଥିଲେ। ମୃତ କଏଦୀର ନାମ ବଳରାମ ବେହେରା ବୋଲି ଜଣାପଡିଥିବା ବେଳେ ଖବର ପାଇ ଯାଜପୁର ରୋଡ଼ ପୋଲିସ ମେଡିକାଲରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.