ଆଜି ରାତିରେ ତୀବ୍ର ଗତିରେ ପୃଥିବୀ କକ୍ଷରେ ପ୍ରବେଶ କରିବ ବହୁତ ବଡ଼ ଉଲ୍‌କାପିଣ୍ଡ, ନାସା ଦେଲା ଏମିତି ଚେତାବନୀ

ନୂଆଦିଲ୍ଲୀ : ଆମେରିକା ସ୍ପେସ୍‌ ଏଜେନ୍ସି ନାସା ଚେତାବନୀ ଦେଇଛି ଯେ ପୃଥିବୀ ଆଡକୁ ତୀବ୍ର ଗତିରେ ଗତି କରୁଛି ଏକ ବିଶାଳକାୟ ଉଲ୍‌କାପିଣ୍ଡ । ଆଜି ରାତିରେ ଏହା ପୃଥିବୀ କକ୍ଷରେ ପ୍ରବେଶ କରିବ । ନାସା କହିବା ଅନୁସାରେ ଏହି ଉଲ୍‌କାପିଣ୍ଡ ଲଣ୍ଡନର ବିଗ ବେନ ଟାଓ୍ଵାର ପରି ବିଶାଳ । ଅର୍ଥାତ ଏହି ଉଲ୍‌କାପିଣ୍ଡର ଚଉଡ଼ା ଆଗ୍ରା ତାଜ ମହଲ ଭଳି ବଡ଼ ହେବ ।

ନ୍ୟୁଜ େଓ୍ଵବସାଇଟ ଡେଲୀ ମେଲ୍‌ ରିପୋର୍ଟ ଅନୁଯାୟୀ ଏହି ଉଲକାପିଣ୍ଡ ଘଣ୍ଟାକୁ ୫୦ ହଜାର ମାଇଲ ବା ୮୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡ଼କୁ ଗତି କରୁଛି । ବୈଜ୍ଞାନିକ ଏହି ଉଲ୍‌କାପିଣ୍ଡର ନାମ 2021RL3 ରଖିଛନ୍ତି । ଭାରତୀୟ ସମୟ ଅନୁସାରେ ଆଜି ରାତି ୧ଟା ରୁ ୪ଟା ଭିତରେ ଏହା ପୃଥିବୀ କକ୍ଷରେ ପ୍ରବେଶ କରିବ ।

ପୃଥିବୀ ଉପରେ ପଡ଼ିପାରେ ବହୁତ ଖରାପ ପ୍ରଭାବ

ଯଦି ଏହା ପୃଥିବୀ ନିକଟତର ଆସିଯିବ ବା ପୃଥିବୀ ସହ ଧକ୍କା ହୋଇଯିବ ତେବେ ବଡ଼ ବିପଦ ସୃଷ୍ଟି କରିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି । ତେବେ ଏହା ପୃଥିବୀ ନିକଟତର ହେଲେ ନାସା ବୈଜ୍ଞାନିକମାନେ ଏହାର ପ୍ରକୃତ ଆକାର ଆକଳନ କରିପାରିବେ । ଏହା ମଙ୍ଗଳ ଠାରୁ ବୃହସ୍ପତି ପର୍ଯ୍ୟନ୍ତ ଅଣ୍ଡକାର ଅରବିଟରେ ଘୁରୁଛି ।

ଏହା ପୃଥିବୀର ଅତି ନିକଟ ହୋଇ ଅତିକ୍ରମ କରିବ । ବୈଜ୍ଞାନିକଙ୍କ କହିବା ଅନୁଯାୟୀ ପୃଥିବୀ କକ୍ଷରେ ପ୍ରତିଦିନ ଛୋଟବଡ଼ ଉଲକାପିଣ୍ଡ ମାଡ଼ ହେଉଛି । ତେବେ ଏହା ଛୋଟ ଥିବାରୁ ପୃଥିବୀର କିଛି କ୍ଷତି କରିପାରିନଥାଏ । ମାତ୍ର ଏହି ଉଲକାପିଣ୍ଡ ବଡ଼ ଥିବାରୁ ପୃଥିବୀ ପାଇଁ ଏହା ବିପଦ ଆଣିପାରେ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.