Below header

ଅତିକ୍‌-ଅଶରଫ୍‌ ହତ୍ୟା: ପ୍ରୟାଗରାଜ ଜେଲ୍‌ରେ ଅତିକ୍‌ର ପୁଅ; ସୁରକ୍ଷା ଦୃଷ୍ଟିରୁ ପ୍ରତାପଗଡ଼ ସ୍ଥାନାନ୍ତର ହେଲେ ୩ ଅଭିଯୁକ୍ତ

ପ୍ରୟାଗରାଜରେ ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୋଲିସ ହେପାଜତରେ ହତ୍ୟା କରିଥିବା ୩ ଅଭିଯୁକ୍ତଙ୍କୁ ନୈନି ଜେଲରୁ ପ୍ରତାପଗଡ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି।

ପ୍ରୟାଗରାଜରେ ମାଫିଆ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫଙ୍କୁ ପୋଲିସ ହେପାଜତରେ ହତ୍ୟା କରିଥିବା ୩ ଅଭିଯୁକ୍ତଙ୍କୁ ନୈନି ଜେଲରୁ ପ୍ରତାପଗଡ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି। ଏହି ହତ୍ୟା ମାମଲାର ୩ ଅଭିଯୁକ୍ତଙ୍କୁ ପ୍ରତାପଗଡ ଜେଲରେ ହାଜର କରାଯାଇଛି।

ପ୍ରୟାଗରାଜର ନୈନି ଜେଲରେ ହିଁ ଅତିକ୍‌ ଅହମ୍ମଦଙ୍କ ପୁଅ ଅଲି ଅହମ୍ମଦ ବନ୍ଦୀ ଅଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ତିନି ଅଭିଯୁକ୍ତଙ୍କୁ ପ୍ରତାପଗଡ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି।

ସେପଟେ ଅତିକ୍‌-ଅଶରଫ୍‌ଙ୍କ ହତ୍ୟାକାଣ୍ଡକୁ ନେଇ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ହମିରପୁରର ସନ୍ନି (୨୩), ବାନ୍ଦାର ଲଭଲେଶ ତିୱାରୀ (୨୨) ଏବଂ କାସଗଞ୍ଜର ଜଣେ ୧୮ ବର୍ଷୀୟ ଯୁବକଙ୍କୁ ପ୍ରଶାସନିକ ଆଧାରରେ ପ୍ରୟାଗରାଜର କେନ୍ଦ୍ରୀୟ କାରାଗାରରୁ ପ୍ରତାପଗଡ଼ ଜିଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି।

ପୋଲିସ ଅଧିକାରୀ କହିଛନ୍ତି ଯେ ତିନି ଅଭିଯୁକ୍ତଙ୍କୁ ମଧ୍ୟାହ୍ନ ୧୨ଟାରେ ପ୍ରୟାଗରାଜରୁ ଅଣାଯାଇଥିଲା ଏବଂ ଦ୍ୱିପ୍ରହର ୨ଟା ୧୦ରେ ପ୍ରତାପଗଡରେ ପ୍ରବେଶ କରାଯାଇଥିଲା। ଅତିକ୍‌-ଅଶରଫ୍‌ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ କଣ୍ଟ୍ରାକ୍ଟ କିଲର ବୋଲି କୁହାଯାଉଛି ଏବଂ ଏହି ହତ୍ୟା ଘଟଣାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.