ଗାଲରେ ତ୍ରିରଙ୍ଗା ଆଙ୍କି ଆସିଥିଲେ ଯୁବତୀ, ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ମନା କଲେ କର୍ମଚାରୀ; ଘୂରି ବୁଲୁଛି ଭିଡିଓ

ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଏଠାରେ ଜଣେ ଯୁବତୀଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ରୋକା ଯାଇଛି। ଯୁବତୀ ଜଣକ ଗାଲରେ ତ୍ରିରଙ୍ଗାର ଚିତ୍ର ଆଙ୍କି ଆସିଥିଲେ।

ପଞ୍ଜାବରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମିଳିଥିବା ସୂଚନା ମୁତାବକ, ଏଠାରେ ଜଣେ ଯୁବତୀଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ରୋକା ଯାଇଛି। ଯୁବତୀ ଜଣକ ଗାଲରେ ତ୍ରିରଙ୍ଗାର ଚିତ୍ର ଆଙ୍କି ଆସିଥିଲେ। ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ସେପଟେ ଭିଡିଓ ଭାଇରାଲ ପରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ପ୍ରତିକ୍ରିୟା ଦେଇଛନ୍ତି ଏବଂ କୌଣସି ବି ଭୁଲ ଆଚରଣ ପାଇଁ କ୍ଷମା ମାଗିଛନ୍ତି। ଏହା ସହ ସେ କହିଛନ୍ତି ଯେ ଯୁବତୀଙ୍କ ମୁହଁରେ ଅଙ୍କିତ ପତାକା ଦେଶର ତ୍ରିରଙ୍ଗା ନ ଥିଲା।

ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ସାଧାରଣ ସମ୍ପାଦକ ଗୁରଚରଣ ସିଂ ଗ୍ରେଭାଲ କ୍ଷମା ପ୍ରାର୍ଥନା କରି କହିଛନ୍ତି, ଯଦି କୌଣସି ବି ଅଧିକାରୀ ଦୁର୍ବ୍ୟବହାର କରିଛନ୍ତି, ତ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଏହା ସହିତ ସେ ମାମଲା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ସ୍ୱର୍ଣ୍ଣ ମନ୍ଦିର ହେଉଛି ଏକ ଶିଖ୍ ଧର୍ମସ୍ଥାନ ଏବଂ ପ୍ରତ୍ୟେକ ଧାର୍ମିକ ସ୍ଥାନର ନିଜର ମର୍ଯ୍ୟାଦା ରହିଛି।

ସେ ଆହୁରି ବି କହିଛନ୍ତି, ଯୁବତୀଙ୍କ ମୁହଁରେ ଅଙ୍କା ହୋଇଥିବା ପତାକା ଜାତୀୟ ପତାକା ନ ଥିଲା। କାରଣ, ଏଥିରେ ଅଶୋକ ଚକ୍ର ନ ଥିଲା। ଏହା ଏକ ରାଜନୈତିକ ପତାକା ହେବାର ସମ୍ଭାବନା ମଧ୍ୟ ପ୍ରକାଶ କରିଛି।

ଯୁବତୀଙ୍କୁ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିବାକୁ ମନା କରାଯାଉଥିବାର ଭିଡିଓ ଭାଇରାଲ ହେଉଛି। ମନ୍ଦିରର ଜଣେ କର୍ମଚାରୀ ଯୁବତୀଙ୍କୁ କହୁଛନ୍ତି, ‘ଏହା ଭାରତ ନୁହେଁ, ଏହା ପଞ୍ଜାବ’। ଏହି ସମୟରେ କର୍ମଚାରୀ ଜଣକ ଯୁବତୀଙ୍କ ସହିତ ଯୁକ୍ତି କରୁଥିବା ନଜର ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.