ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିକ ଅହମଦକୁ ଆଜୀବନ କାରାଦଣ୍ଡ

ଉମେଲ ପାଲ ଅପହରଣ ମାମଲାରେ ମାଫିଆ ଅତିକ ଅହମଦଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ତାଙ୍କ ବ୍ୟତୀତ ଅନ୍ୟ ଦୁଇ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ତେବେ ଏହି ମାମଲାରେ ଅତିକଙ୍କ ଭାଇଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ଉମେଶ ପାଲ ଅପହରଣ ମାମଲାରେ ମାଫିଆ ଅତିଫ ଅହମଦଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଅତିକ ଅହମଦ, ସୌକତ ହନିଫ, ଦିନେଶ ପାସୀକୁ ଜିଲ୍ଲା ନ୍ୟାୟାଳୟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିକଙ୍କ ଭାଇକୁ କୋର୍ଟ ଦୋଷମୁକ୍ତ କରିଛନ୍ତି । ଆଇପିସି ଧାରା ୩୬୪ ଏ ଅଧିନରେ ଦୋଷୀ ସାବ୍ୟସ୍ତ କରାଯାଇଛି। ବିଶେଷ ଅଦାଲତ ବାକି ସବୁ ଅଭିଯୁକ୍ତକୁ ଏହି ମାମଲାରେ ଦୋଷମୁକ୍ତ କରିଛନ୍ତି ।

ଶୁଣାଣି ପାଇଁ ଆଜି କୋର୍ଟରେ ଉଭୟଙ୍କୁ ହାଜର କରାଯାଇଥିଲା। ଏଥିପାଇଁ ଉଭୟ କୋର୍ଟ ଏବଂ ଜେଲ୍ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଏହାପୂର୍ବରୁ ଅଲଗା ଅଲଗା ଜେଲରେ ଥିବା ଦୁଇ ଭାଇ ଅତିକ ଓ ଅଶରଫକୁ ସୋମବାର ପ୍ରୟାଗରାଜ ଜେଲକୁ ଅଣାଯାଇଥିଲା।  ୧୭ ବର୍ଷ ତଳର ଉମେଶ ପାଲ ଅପହରଣ ଓ ହତ୍ୟା ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ବଡ ରାୟ ଶୁଣାଇଛନ୍ତି। ମାମଲାରେ ୧୧ଜଣ ଅଭିଯୁକ୍ତ ଥିବା ବେଳେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ।

୨୦୦୫ରେ ବହୁଜନ ସମାଜବାଦୀ ପାର୍ଟିର ତତ୍କାଳୀୟ ବିଧାୟକ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ସାକ୍ଷୀ ହେଉଛନ୍ତି ଉମେଶ ପାଲ। ୨୦୦୬ ଫେବ୍ରୁଆରୀ ୨୪ ତାରିଖରେ ଉମେଶ ପାଲ ଏବଂ ତାଙ୍କ ସୁରକ୍ଷାରେ ନିୟୋଜିତ ଦୁଇ ଜଣ ପୋଲିସ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.