ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ପଣ୍ଡ, ୨୫ ଜଣିଆ ଆତଙ୍କବାଦୀ ନିୟୋଜିତ କରିଥିଲା ରୁଷିଆ

ନୂଆଦିଲ୍ଲୀ : ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ପଣ୍ଡ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ ହୋଇଛି। ତାଙ୍କୁ ହତ୍ୟା କରିବାକୁ ରୁଷିଆନ ସ୍ପେଶାଲ ସର୍ଭିସେସ ୨୫ଜଣିଆ ଆତଙ୍କବାଦୀ ଦଳକୁ ନିୟୋଜିତ କରିଥିଲା। କିନ୍ତୁ ସେମାନେ ସ୍ଲୋଭାକିଆ- ହଙ୍ଗେରୀ ସୀମାନ୍ତରେ ଧରା ପଡ଼ିଛନ୍ତି। ଜେଲେନ୍‌ସ୍କିଙ୍କୁ ହତ୍ୟା କରିବାକୁ ସେମାନଙ୍କୁ ନିୟୋଜିତ କରାଯାଇଥିବା ଆତଙ୍କବାଦୀ ଦଳ କହିଛି।

ପୂର୍ବରୁ ମଧ୍ୟ ତିନି ତିନି ଥର ହତ୍ୟା ଉଦ୍ୟମରୁ ବର୍ତ୍ତିଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ତାଙ୍କୁ ହତ୍ୟା ପାଇଁ କ୍ରେମଲିନ ୱାଗନର ଗ୍ରୁପ ଓ ଚେଚେନ ସ୍ପେଶାଲ ଫୋର୍ସଙ୍କୁ ନିୟୋଜିତ କରିଥିଲା। କିନ୍ତୁ ଏହି ଉଦ୍ୟମକୁ ରୁଷର ଫେଡେରାଲ ସିକ୍ୟୁରିଟି ବ୍ୟୁରୋ ପଣ୍ଡ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.