LICର ଏମଡି ଦାୟିତ୍ୱ ନେଲେ ବି.ସି ପଟ୍ଟନାୟକ

କେନ୍ଯୁଜ୍: LICର ଏମଡି ଦାୟିତ୍ୱ ନେଲେ ବି.ସି ପଟ୍ଟନାୟକ । ଭାରତୀୟ ଜୀବନ ବୀମା ନିଗମର ଏମଡି ପଦକୁ ଉନ୍ନୀତ ହୋଇଛନ୍ତି ବି.ସି ପଟ୍ଟନାୟକ । ୧୯୮୬ରେ ଏଲଆଇସିରେ ଡାଇରେକ୍ଟ ରିକ୍ରୁଟ ଅଫିସର ଭାବେ ଯୋଗ ଦେଇଥିଲେ ।
ଏଲଆସିର ଏମଡି ଦାୟିତ୍ୱ ନେବା ପୂର୍ବରୁ ଶ୍ରୀ ପଟ୍ଟନାୟକ କାଉନସିଲ ଫର ଇନସ୍ୟୁରାନ୍ଦ ଅମ୍ବୁଡସମେନ୍ (ସିଆଇଓ) ମୁମ୍ବାଇର ମହାସଚିବ ଥିଲେ । ସିଆଇଓରେ ଯୋଗ ଦେବା ପୂର୍ବରୁ ସେ ଜୋନାଲ ଟ୍ରେନିଂ ସେଣ୍ଟର, ଆଗ୍ରାର ନିର୍ଦ୍ଦେଶକ ଥିଲେ ।
ମାର୍କେଟିଂ, ନୂତନ ବ୍ୟବସାୟ, କାର୍ମିକ, ପେନ୍ ସନ୍ ଏବଂ ଗ୍ରୁପ୍ ସେଭିଙ୍ଗସ୍ ଓ ଗ୍ରାହକ ପରିଚାଳନା ସମ୍ପର୍କରେ ସେ ଉଲ୍ଳେଖନୀୟ ପ୍ରଦର୍ଶନ କରିଛନ୍ତି ।