ଚାଷୀଙ୍କ ଅସନ୍ତୋଷ ନେଲା ଉଗ୍ରରୂପ, ତଦନ୍ତକାରୀ ଅଫିସରଙ୍କୁ ୫ ଘଣ୍ଟା ଧରି ରଖିଲେ ଅଟକ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ତିହିଡି ବ୍ଲକ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ହଙ୍ଗାମା । ଚାଷୀଙ୍କ ଅସନ୍ତୋଷ ଉଗ୍ରରୂପ ନେଇଛି । ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାର ଦାବିରେ ତଦନ୍ତକାରୀ ଅଫିସରଙ୍କୁ ୫ ଘଣ୍ଟା ଅଟକ ରଖିଲେ ଚାଷୀ । ଘଟଣାସ୍ଥଳରେ ପିରହାଟ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ଅଟକ ରଖିଥିବା ଅଫିସରଙ୍କୁ ଛାଡିଥିଲେ ।

ଚାଷୀଙ୍କ ଅଭିଯୋଗ, ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିରେ ଋଣୀ ଚାଷୀ ବୀମା ପାଇବାରୁ ବଞ୍ଚିତ ଅଛନ୍ତି । ଏଥିସହ ବିଭିନ୍ନ ଅନିୟମିତତା ନେଇ ଉପରିସ୍ଥ ଅଫିସରଙ୍କୁ ଜଣାଇଥିଲେ ଚାଷୀ । ଅଭିଯୋଗର ତଦନ୍ତ କରିବାକୁ ଜିଲ୍ଲା ସହକାରୀ ନିବନ୍ଧକଙ୍କ ସମେତ ୩ ଜଣିଆ ଟିମ୍‌ ତଦନ୍ତ କରିବାକୁ ଆସିଥିଲେ । ହେଲେ ସ୍ଥାନୀୟ ସମିତିର ସମ୍ପାଦକ ଅନୁୁସ୍ଥିତି ଥିବା ବେଳେ ସମବାୟ ସମିତିରେ ତାଲା ଝୁଲୁଥୁବାରୁ ତଦନ୍ତ ହୋଇପାରିନଥିଲା । ଏଥିରେ ଚାଷୀ ଉତ୍‌କ୍ଷିପ୍ତ ହୋଇ ତଦନ୍ତକାରୀ ଅଫିସରଙ୍କୁ ଅଟକ ରଖିବା ସହ ଶ୍ୟାମସୁନ୍ଦରପୁର ସେବା ସମବାୟ ସମିତିର ସମ୍ପାଦକଙ୍କ ବହିଷ୍କାର ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.