୨୭ ବର୍ଷରୁ ଲ୍ୟାବ୍ରେ ପଡ଼ିଥିଲା ସ୍ପର୍ମ, ସେହିଥିରୁ ଜନ୍ମ ନେଲା ଶିଶୁ! ଜାଣନ୍ତୁ କେମିତି ହେଲା ସମ୍ଭବ

୨୭ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ନିଜର ସ୍ପର୍ମ ଏକ ଲ୍ୟାବ୍ରେ ଜମା କରାଇଥିଲେ। ସେହି ସ୍ପର୍ମକୁ ଆଜି ପର୍ଯ୍ୟନ୍ତ ଷ୍ଟୋର କରି ରଖାଯାଇଥିଲା, ଯେଉଁଥିରୁ ଏବେ ଏକ ଶିଶୁ ଜନ୍ମ ନେଇଛି। ସ୍ପର୍ମ ଡୋନେଟ୍ କରିଥିବା ବ୍ୟକ୍ତି ୪୭ ବର୍ଷ ବୟସରେ ସେହି ସ୍ପର୍ମରୁ ହିଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। କହି ରଖୁଛୁ, ଏହି ବ୍ୟକ୍ତିଙ୍କୁ କ୍ୟାନ୍ସର ହୋଇ ଯାଇଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ନିଜର ସ୍ପର୍ମ ଜମା କରାଇଥିଲେ।
ତାଙ୍କ ନାମ ପିଟର ହିକ୍ଲସ, ଯିଏ କି, ୧୯୯୬ ଜୁନ୍ ୫ରେ ନିଜର ସ୍ପର୍ମ ଜମା କରାଇଥିଲେ। ପିଟର ଯେତେବେଳେ ୨୧ ବର୍ଷର ଥିଲେ, ସେହି ସମୟରେ ତାଙ୍କୁ କ୍ୟାନ୍ସର ହୋଇ ଯାଇଥିଲା। ଏବେ ୨୭ ବର୍ଷ ପରେ ୨୦ ଅକ୍ଟୋବରରେ ସେ ନିଜର ସ୍ପର୍ମ ନମୁନା କାରଣରୁ ବାପା ହୋଇ ପାରିଛନ୍ତି। ପିଟରଙ୍କ ଭାବୀ ପତ୍ନୀ ଔରେଲିଜା IVF ଉପାୟରେ ଶିଶୁକୁ ଜନ୍ମ ଦେଇଛନ୍ତି। ପିଟର ଜଣେ ଫୁଟବଲ ଖେଳାଳି ରହି ସାରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି ଯେ ଏକ ଶିଶୁର ବାପା ହୋଇଥିବା କଥାକୁ ସେ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି।
ପିଟର କହିଛନ୍ତି, ସେ ଅନେକ ବର୍ଷ ତଳେ ଛୁଟି କାଟିବାକୁ ଅଷ୍ଟ୍ରେଲିଆ ଯାଇଥିଲେ। ସେତେବେଳେ ତାଙ୍କ ପଛଭାଗରେ ଟ୍ୟୁମର ବାହାରିଥିଲା। ଏହି ଟ୍ୟୁମର Hodgkin’s lymphoma କାରଣରୁ ହୋଇଥିଲା, ଯାହାକି, ଏକ କ୍ୟାନ୍ସରର ପ୍ରକାର। ଏହାପରେ ଡାକ୍ତରମାନେ ତାଙ୍କୁ କେମୋଥେରାପି କରାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ କ୍ୟାନ୍ସରର ଚିକିତ୍ସା ଆରମ୍ଭ କରିବା ପୂର୍ବରୁ ଡାକ୍ତର ତାଙ୍କୁ ନିଜର ସ୍ପର୍ମ ଜମା କରାଇବାକୁ କହିଥିଲେ।
ସ୍ପର୍ମ ଡୋନେଟ୍ କରିବା ପରେ ପିଟରଙ୍କର କ୍ୟାନ୍ସର ଚିକିତ୍ସା ଆରମ୍ଭ ହେଲା। ୯ ରାଉଣ୍ଡ କେମୋଥେରାପି ଚାଲିଥିଲା। ପିଟର କହିଛନ୍ତି କି, ତାଙ୍କୁ ଲାଗୁଥିଲା ଯେ ସ୍ପର୍ମର ସେଲ୍ଫ-ଲାଇଫ୍ କେବଳ ୧୦ ବର୍ଷ ହୋଇଥାଏ। କେମୋଥେରାପି ପରେ ସ୍ପର୍ମ କାଉଣ୍ଟ ଜିରୋ ହୋଇ ଯାଇଥିଲା, ଯାହାକି ପ୍ରାୟତଃ କ୍ୟାନ୍ସର ଗ୍ରସ୍ତ ପୁରୁଷଙ୍କ କ୍ଷେତ୍ରରେ ହୋଇଥାଏ। ଯେତେବେଳେ ପିଟର ନିଜ ଭାବୀ ପତ୍ନୀଙ୍କ ସହ ରହିବା ଆରମ୍ଭ କଲେ, ତ ସେମାନେ ବାପା, ମା’ ହେବାକୁ ଚାହିଁଲେ। କିନ୍ତୁ ଏହା ସବୁ ମୁସ୍କିଲ ଥିଲା। ସେହି ସମୟରେ ପିଟର ନିଜର ସ୍ପର୍ମ ନମୁନା ବିଷୟରେ ପତ୍ତା ଲଗାଇଥିଲେ।
ଡାକ୍ତରମାନେ କହିଥିଲେ ଯେ ଏହା ଫଙ୍କସନ କରିବା ସ୍ଥିତିରେ ରହିଛି। ପୁଣି ଦମ୍ପତି IVF ଟେକ୍ନିକ୍ ଜରିଆରେ ସନ୍ତାନ ଜନ୍ମ ବିଷୟରେ ଭାବିଥିଲେ। ପିଟରଙ୍କ ସ୍ପର୍ମ ନମୁନା ଲଣ୍ଡନରେ ଥିବା ‘ୟୁନିଭର୍ସିଟି କଲେଜ ହସ୍ପିଟାଲ’ର ଫ୍ରିଜରରେ ରଖା ଯାଇଥିଲା। ଏହାପରେ ଦମ୍ପତି ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରି IVF ମାଧ୍ୟମରେ ବାପା, ମା’ ହେବାର ସୌଭାଗ୍ୟ ଲାଭ କରିଥିଲେ।