୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇଛି ଭାରତ

ନୂଆଦିଲ୍ଲୀ: ଭାରତରେ ଗତ ୫ ବର୍ଷ ମଧ୍ୟରେ ସେନା ବିମାନ ଦୁର୍ଘଟଣାରେ ଦେଶ ୫୦ରୁ ଅଧିକ ବୀର ଯବାନଙ୍କୁ ହରାଇ ସାରିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି। ଏବେ ବି ଭାରତୀୟ ସେନା ପୁରୁଣା ବିମାନ ବ୍ୟବହାର କରୁଛି। ନୂଆ ଏବଂ ଅତ୍ୟାଧୁନିକ ହେଲିକପ୍ଟର, ଯୁଦ୍ଧ ବିମାନ ଅଭାବ ଓ ଏହାକୁ କିଣି ସେନାରେ ସାମିଲ କରିବାରେ ବିଳମ୍ବ କାରଣରୁ ସେନା ଏବେ ବି ପୁରୁଣା ସୁପର ସୋନିକ ମିଗ୍-୨୧ ଜେଟ୍ ଉଡ଼ାଯାଉଛି। କେବଳ ପୁରୁଣା ବିମାନ ଯୋଗୁଁ ଦୁର୍ଘଟଣା ଘଟୁନାହିଁ, ବରଂ ନୂଆ ଏଏଲଏଚ ଏବଂ ଋଷର ଏମଆଇ-୧୭ ଭି୫ ହେଲିକପ୍ଟର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
Military has lost 50 personnel in air crashes in 5 years https://t.co/JtuPzEsTf6
— The Times Of India (@timesofindia) October 22, 2022
ଗତବର୍ଷ ଡିସେମ୍ବରରେ ତାମିଲନାଡୁର କନୁର ନିକଟରେ ଏମଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ଵତ, ତାଙ୍କ ପତ୍ନୀ ଏବଂ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୭ ପରଠାରୁ ୭ଟି ଏଏଲଏଚ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୯୦ ପ୍ରତିଶତ ଦୁର୍ଘଟଣା ମାନବୀୟ ତ୍ରୁଟି ଏବଂ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି। ଅନ୍ୟ ଅଳ୍ପ କେତେକ ଦୁର୍ଘଟଣା ପକ୍ଷୀ ଦେହରେ ମାଡ଼ ହୋଇ କିମ୍ବା ଅନ୍ୟାନ୍ୟ କାରଣ ପାଇଁ ହୋଇଛି।
ସେହିପରି ଗତ ଶୁକ୍ରବାର ଅରୁଣାଚଳ ପ୍ରଦେଶରେ ଭାରତୀୟ ସେନାର ଏଏଲଏଚ (ଆଡଭାନ୍ସ ଲାଇଟ୍ ହେଲିକପ୍ଟର) ‘ରୁଦ୍ର’ ଦୁର୍ଘଟଣାଗ୍ରସ୍ତ ହୋଇ ୨ ପାଇଲଟ ଏବଂ ୩ ଯବାନଙ୍କ ମୃତ୍ୟୁ ଘଟିଛି, ଯାହାର କାରଣ ଜାଣିବାକୁ କୋର୍ଟ ଅଫ୍ ଇନକ୍ଵାରୀ ହେବ। ଏହାସହ ଭାରତୀୟ ସେନାର ବିମାନ ବାରମ୍ବାର ଦୁର୍ଘଟଣା ହେବାକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି।
Also Read: ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କିଣିଲେ ଡାକ୍ତର ଦମ୍ପତି