ଋଣ ଦେଲାନି ସରକାରୀ ବ୍ୟାଙ୍କ, କିଡନୀ ବିକିବାକୁ ନିଷ୍ପତ୍ତି ନେଲେ ହତାଶ ଯୁବକ, ଘର କାନ୍ଥରେ ମାରିଦେଲେ ଏଭଳି ବିଜ୍ଞାପନ

ଉତ୍ତର ପ୍ରଦେଶ ସହାରନପୁରର ଜଣେ ଯୁବକ ନିଜ କିଡନୀ ବିକ୍ରି କରିବା ନେଇ ଘର କାନ୍ଥରେ ଏକ ବିଜ୍ଞାପନ ଛାପିଦେଇଛନ୍ତି। କୁହାଯାଉଛି କି, ଏକ ସରକାରୀ ବ୍ୟାଙ୍କ ତାଙ୍କୁ ବ୍ୟବସାୟ କରିବାକୁ ଋଣ ନ ଦେବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଦ୍ୱାରା ଲଗାଯାଇଥିବା ଏହି ବିଜ୍ଞାପନ ପୋଷ୍ଟର ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଯୁବକଙ୍କ ନାମ ରାମ କୁମାର, ସେ ଜଣେ ଚାଷୀ।

ରାମ କୁମାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା(ପିଏମକେଭିଓ୍ଵାଇ) ଅଧୀନରେ ଡାଏରୀ ଫାର୍ମିଙ୍ଗ୍‌ ଏବଂ ପଶୁପାଳନର କୋର୍ସ କରିଛନ୍ତି। ତାଙ୍କ ପାଖରେ ୩ଟି ସାର୍ଟିଫିକେଟ ରହିଛି। ତେଣୁ ସେ ବ୍ୟବସାୟ ଆରମ୍ଭ କରିବା ପାଇଁ ବ୍ୟାଙ୍କରୁ ଋଣ ନେବାକୁ ଚାହୁଁଥିଲେ। ତାଙ୍କ କହିବାନୁଯାୟୀ, ସେ ଗହମ ଚାଷ କରନ୍ତି। କିନ୍ତୁ ପ୍ରତି ମାସରେ ଏଥିରୁ ମାତ୍ର ୩ ହଜାର ଟଙ୍କା ରୋଜଗାର ହୋଇପାରିଥାଏ। ତେଣୁ ସ୍ୱଳ୍ପ ରୋଜଗାରରେ ନିଜ ସ୍ତ୍ରୀ ଓ ୪ ପିଲାଙ୍କ ପେଟ ପୋଷିବା କଷ୍ଟକର ହୋଇପଡ଼େ।

poster

ଏହାସହ ପଢ଼ନ୍ତୁ: ଚିଦାମ୍ବରମଙ୍କୁ ଗିରଫ କରିବାକୁ ପ୍ରଥମରୁ ହିଁ ମୋଦି ଦେଇଥିଲେ ସଙ୍କେତ, ସୋସିଆଇ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସେ କହିଥିଲେ ଯେ ‘ଯେତେବେଳେ ମୋତେ ଲୋନ୍‌ ମିଳି ନ ଥିଲା, ସେତେବେଳେ ଲୋକେ ମୋତେ ପିଏମକେଭିଓ୍ଵାଇ ଅଧୀନରେ କୋର୍ସ କରିବାକୁ ପରାମର୍ଶ ଦେଇଥିଲେ। ଆଉ ମୁଁ ଏହା ମଧ୍ୟ କରିନେଇଥିଲି। ହେଲେ ଏହାସତ୍ତ୍ୱେ ମୋ ଋଣ ଦରଖାସ୍ତକୁ ନାମଞ୍ଜୁର କରିଦିଆଯାଇଛି। ରୋଜଗାରର କିଛି ଅନ୍ୟ ରାସ୍ତା ନ ମିଳିବାରୁ ନିଜ କିଡନୀ ବିକିବା ପାଇଁ ବାଧ୍ୟ ହେଉଛି। ଏ ନେଇ ମୁଁ ପୋଷ୍ଟର ଛାପିଛି, ଯାହାକୁ ଅନଲାଇନ ମଧ୍ୟ ପବ୍ଲିସ୍‌ କରାଯାଇଛି। ମୋତେ ଦୁବାଇ ଓ ସିଙ୍ଗାପୁରରୁ କିଡନୀ କିଣିବାର ଅଫର ଆସୁଛି’।

ରାମ କୁମାର ୨୦୦୭ରେ ହରିୟାଣାର ଅମ୍ବାଲାରୁ ଘୁଷୁରୀ ପାଳନ ଉପରେ ଗୋଟିଏ ମାସର କୋର୍ସ ସମାପ୍ତ କରିଛନ୍ତି। ପରେ ୨୦୧୬ରେ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ରୁରାଲ୍‌ ସେଲ୍ଫ ଏମ୍ପ୍ଲୟମେଣ୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ରୁ ଡାଏରୀ ଫାର୍ମିଙ୍ଗ କୋର୍ସ କରିଥିଲେ, ଯାହାକି ୧ ସପ୍ତାହ ପଯ୍ୟର୍ନ୍ତ ଥିଲା। ଏହାଛଡ଼ା ସେ ୨୦୧୮ରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଡାଏରୀ ଫାର୍ମିଙ୍ଗ୍‌ କୋର୍ସକୁ ମଧ୍ୟ ସଫଳତାପୂର୍ବକ ଶେଷ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.