ନିର୍ବାଚନ ପ୍ରଚାର ବେଳେ ଆହତ ହେଲେ ବାଂସୁରୀ ସ୍ୱରାଜ, ଆଖିରେ ଲାଗିଲା ଆଘାତ

ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଛନ୍ତି ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜ । ତାଙ୍କ ଆଖିରେ ଆଘାତ ଲାଗିଛି ।

ନିର୍ବାଚନ ପ୍ରଚାର ବେଳେ ଆହତ ହୋଇଛନ୍ତି ବିଜେପି ପ୍ରାର୍ଥୀ ବାଂସୁରୀ ସ୍ୱରାଜ । ତାଙ୍କ ଆଖିରେ ଆଘାତ ଲାଗିଛି । ଆଖିରେ ପଟି ବାନ୍ଧି ସେ ନିର୍ବାଚନ ପ୍ରଚାର କରୁଥିବାର ନଜର ଆସିଛନ୍ତି । ବାଂସୁରୀ ସ୍ୱରାଜ ନୂଆଦିଲ୍ଲୀ ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । ତାଙ୍କୁ ଆଘାତ ଲାଗିଥିବା ନେଇ ସେ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ଏହାପୂର୍ବରୁ ଚାନ୍ଦିନୀଚୌକରୁ ବିଜେପି ପ୍ରାର୍ଥୀ ପ୍ରବୀଣ ଖଣ୍ଡେଲଓ୍ଵାଲ ମଧ୍ୟ ଆହତ ହୋଇଥିଲେ । ତାଙ୍କ ଗୋଡ଼ରେ ଫ୍ରାକ୍ଚର ହୋଇଛି । ଏହା ସହିତ ହିଁ ସେ ନିର୍ବାଚନ ପ୍ରଚାର କରୁଛନ୍ତି ।

ବାଂସୁରୀ ସ୍ୱରାଜ ବିଳମ୍ବିତ ରାତିରେ ‘X’ରେ କହିଛନ୍ତି ଯେ ମଙ୍ଗଳବାର ନିର୍ବାଚନ ପ୍ରଚାର ବେଳେ ତାଙ୍କ ଆଖିରେ ହାଲୁକା ଆଘାତ ଲାଗିଥିଲା । ଏହାପରେ ସେ ମୋତିନଗର ଅଞ୍ଚଳରେ ଜଣେ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇଥିଲେ । ଏଥିପାଇଁ ବାଂସୁରୀ ସ୍ୱରାଜ ଡାକ୍ତରଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଆଖିରେ ଆଘାତ ଲାଗିବା ପରେ ବି ସେ ଜନସମ୍ପର୍କ ଅଭିଯାନ କରିଥିଲେ । ନବରାତ୍ରିର ପ୍ରଥମ ଦିନ ରାମେଶ ନଗର ଅଞ୍ଚଳରେ ସନାତନ ଧର୍ମ ମନ୍ଦିରରେ ଆୟୋଜିତ ମାତା କୀ ଚୌକିରେ ସେ ସାମିଲ ହୋଇଥିଲେ । ଏଠାରେ ବାଂସୁରୀ ମା’ ଦୁର୍ଗାଙ୍କ ପୂଜା ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ, ବିଜେପି ନୂଆଦିଲ୍ଲୀ ଆସନରୁ ବର୍ତ୍ତମାନ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖିଙ୍କ ଟିକେଟ୍‌ କାଟିଛି ଏବଂ ତାଙ୍କ ଜାଗାରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ତଥା ସୁପ୍ରିମ୍‌କୋର୍ଟରେ ଓକିଲ ବାଂସୁରୀ ସ୍ୱରାଜଙ୍କୁ ଟିକେଟ୍‌ ଦେଇଛି । ପ୍ରାର୍ଥୀ ହେବା ପରେ ବାଂସୁରୀ ଲଗାତାର ଭାବେ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଆକ୍ଟିଭ୍‌ ଅଛନ୍ତି ।

ଟିକେଟ୍‌ ମିଳିବା ପରେ ସେ କହିଥିଲେ ଯେ ‘ମୁଁ ମୋ ମା’ଙ୍କୁ ବହୁତ ମନେ ପକାଉଛି । ତାଙ୍କର ଆଶୀର୍ବାଦ ମୋ ଉପରେ ବରସୁଛି । ମୋ ମା’ ଯେଉଁ ଭବିଷ୍ୟବାଣୀ କରିଥିଲେ, ତାହା ଆଜି ସତ ପ୍ରମାଣିତ ହେଉଥିବାର ଦେଖାଯାଉଛି ଯେ ପିଏମ୍‌ ମୋଦି ବିଜେପିର ଘୋଷଣାପତ୍ରରେ ଲେଖିଥିବା ଗୋଟିଏ ଗୋଟିଏ ପ୍ରତିଶ୍ରୁତି ପୂରଣ କରିବେ’ ।

କହି ରଖୁଛୁ, ଦିଲ୍ଲୀର ୭ଟି ଆସନରେ ବିଜେପିର ସାଂସଦ ଅଛନ୍ତି । ସେମାନଙ୍କ ମଧ୍ୟରୁ ମନୋଜ ତିଓ୍ଵାରୀଙ୍କୁ ଛାଡ଼ି ସମସ୍ତ ସାଂସଦଙ୍କର ଟିକେଟ୍‌ କାଟି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.