Motorolaର ପ୍ରଥମ AI ଫୋନ୍, ଫାଷ୍ଟ ସେଲରେ ମିଳିବ ବମ୍ପର ଡିସକାଉଣ୍ଟ

ନିକଟରେ ମୋଟୋରୋଲା ଏକ ନୂଆ ଫୋନ୍ ଲଞ୍ଚ କରିଛି, ଯାହାକି କମ୍ପାନୀର ଫାଷ୍ଟ AI ସ୍ମାର୍ଟଫୋନ । କାଲିଠାରୁ ଏହି ଫୋନର ସେଲ ଆରମ୍ଭ ହୋଇଛି । ୟୁଜର୍ସମାନେ ଏହି ଫୋନକୁ ଫ୍ଲିପକାର୍ଟ ମାଧ୍ୟମରେ କିଣିପାରିବେ । ଏହି ଫୋନରେ ଉପଲବ୍ଧ ଅଫର୍ ଏବଂ ଏହାର ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା ।

ନିକଟରେ ମୋଟୋରୋଲା ଏକ ନୂଆ ଫୋନ୍ ଲଞ୍ଚ କରିଛି, ଯାହାକି କମ୍ପାନୀର ଫାଷ୍ଟ AI ସ୍ମାର୍ଟଫୋନ । କାଲିଠାରୁ ଏହି ଫୋନର ସେଲ ଆରମ୍ଭ ହୋଇଛି । ୟୁଜର୍ସମାନେ ଏହି ଫୋନକୁ ଫ୍ଲିପକାର୍ଟ ମାଧ୍ୟମରେ କିଣିପାରିବେ । ଏହି ଫୋନରେ ଉପଲବ୍ଧ ଅଫର୍ ଏବଂ ଏହାର ଫିଚର୍ସ ବିଷୟରେ ଆସନ୍ତୁ ଜାଣିବା । ଏହି Motorola Edge 50 Pro ଫୋନର ପ୍ରଥମ ଭାରିଆଣ୍ଟ ୮GB + ୨୫୬GB ଷ୍ଟୋରେଜ୍ ସହିତ ଆସିଥାଏ, ଯାହାର ମୂଲ୍ୟ ୩୬,୯୯୯ ଟଙ୍କା, କିନ୍ତୁ ଫାଷ୍ଟ ସେଲରେ ଏହି ଫୋନ୍ ୫୦୦୦ ଟଙ୍କା ଡ଼ିସକାଉଣ୍ଟ ସହିତ ୩୧,୯୯୯ ଟଙ୍କାରେ ବିକ୍ରି ହେଉଛି ।

ଏହି ଫୋନର ଦ୍ୱିତୀୟ ଭାରିଆଣ୍ଟ ହେଉଛି ୧୨GB + ୨୫୬GB ଷ୍ଟୋରେଜ୍, ଯାହାର ମୂଲ୍ୟ ୪୧, ୯୯୯ ଟଙ୍କା, କିନ୍ତୁ ଫାଷ୍ଟ ସେଲରେ ଏହି ଫୋନ୍ ୬୦୦୦ ଟଙ୍କା ଡ଼ିସକାଉଣ୍ଟ ସହିତ ୩୫, ୯୯୯ ଟଙ୍କାରେ ବିକ୍ରି ହେଉଛି । ଏହି ଫୋନରେ ମାସିକ ୪୦୦୦ ଟଙ୍କା ମୂଲ୍ୟର No cost EMI, HDFC ବ୍ୟାଙ୍କ କ୍ରେଡିଟ କାର୍ଡ ମାଧ୍ୟମରେ Non-EMIରେ କିଣୁଥିବା ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଡ଼ିସକାଉଣ୍ଟ ଦିଆଯାଉଛି । ଏଥି ସହିତ, EMI ରେ ଫୋନ୍ କିଣିବା ଏବଂ HDFC ବ୍ୟାଙ୍କ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ବ୍ୟବହାର କରିବା ପାଇଁ ଉପରେ ୨୨୫୦ ଟଙ୍କା ରିହାତି ଦିଆଯାଉଛି ।

ଏହା ବ୍ୟତୀତ ଏହି ଫୋନରେ ଅନ୍ୟାନ୍ୟ ବ୍ୟାଙ୍କ ଅଫର ମଧ୍ୟ ଦିଆଯାଉଛି । ଏହି ଫୋନରେ ୬.୭ ଇଞ୍ଚ POLED କର୍ଭଡ୍ ଡିସପ୍ଲେ ଅଛି, ଯାହା ୧.୫K ରେଜୋଲ୍ୟୁସନ ଏବଂ ୧୪୪Hz ରିଫ୍ରେସ ରେଟ ସହିତ ଆସିଥାଏ । ଫୋନରେ ୨୦୦୦ ନିଟ୍ସର ପିକ୍ ବ୍ରାଇଟନେସ୍ ଅଛି । ଏହି ଫୋନରେ ପ୍ରୋସେସର୍ ପାଇଁ Qualcomm Snapdragon 7 Gen 3 ଚିପସେଟ ବ୍ୟବହାର କରାଯାଇଛି, ଯାହା ଗ୍ରାଫିକ୍ସ ପାଇଁ Adreno 720 GPU ସହିତ ଆସିଥାଏ ।

ଏହି ଫୋନରେ ସଫ୍ଟୱେର୍ ପାଇଁ Android 14 ଆଧାରିତ OS ବ୍ୟବହୃତ ହୁଏ । ଏହି ଫୋନ୍ କିଛି ବିଶେଷ AI ଫିଚର ସହିତ ମଧ୍ୟ ଆସିଛି । ଏହାର ପଛରେ OIS ସପୋର୍ଟ ସହିତ ଏକ ୫୦MP ମେନ୍ କ୍ୟାମେରା ପ୍ରଦାନ କରାଯାଇଛି । ଏହାର ଦ୍ୱିତୀୟ କ୍ୟାମେରା ୧୩MP ଅଲ୍ଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ ଆସିଥିବାବେଳେ ତୃତୀୟ କ୍ୟାମେରା ଟେଲିଫୋଟୋ ଲେନ୍ସ ସହିତ ଆସିଛି ।

ସେଲଫି ଏବଂ ଭିଡିଓ କଲିଂ ପାଇଁ ଏହି ଫୋନରେ ୫୦MP ଫ୍ରଣ୍ଟ କ୍ୟାମେରା ଅଛି । ଏଥିରେ ୪୫୦୦mAh ବ୍ୟାଟେରୀ ଏବଂ ୧୨୫W ଫାଷ୍ଟ ଚାର୍ଜିଂ ସପୋର୍ଟ ଅଛି । ଏହା ବ୍ୟତୀତ ଏଥିରେ ୫୦W ୱାୟରଲେସ୍ ଚାର୍ଜିଂ ଏବଂ ୧୦W ରିଭର୍ସ ୱାୟରଲେସ୍ ଚାର୍ଜିଂ ମଧ୍ୟ ଅଛି । ଏହି ଫୋନରେ IP68 ରେଟିଂ, ଷ୍ଟେରିଓ ସ୍ପିକର ଏବଂ ଡଲବି ଆଟମୋସ୍ ସହିତ ଅନେକ ବିଶେଷ ଫିଚର ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.