ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ, ଏସଆରଏଫଟିଆଇ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଖଟୁଆଙ୍କୁ ପ୍ରଶଂସା କଲେ ପଶ୍ଚିମବଙ୍ଗ ରାଜ୍ୟପାଳ

ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ଯୁଟରେ ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଛି । ଏଥିରେ ଏସଆରଏଫଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ରାଜ୍ଯପାଳ ଡଃ ଶି ବି ଆନନ୍ଦ ବୋଷ ଉତ୍ସବକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ।

ଭାରତ ସରକାରଙ୍କ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ଯୁଟରେ ବେଙ୍ଗଲ ଇଣ୍ଟରନ୍ଯାସନାଲ ଫିଲ୍ମ ଫେଷ୍ଟିଭାଲ ଉଦ୍‌ଘାଟିତ ହୋଇଛି । ଏଥିରେ ଏସଆରଏଫଟିଆଇର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ଉପସ୍ଥିତିରେ ପଶ୍ଚିମବଙ୍ଗ ରାଜ୍ଯପାଳ ଡଃ ଶି ବି ଆନନ୍ଦ ବୋଷ ଉତ୍ସବକୁ ପ୍ରଦୀପ ପ୍ରଜ୍ଵଳନ କରି ଉଦ୍ଘାଟନ କରିଥିଲେ। ଫିଲ୍ମ ଫେଷ୍ଟିଭାଲ ନିର୍ଦ୍ଦେଶକ ସଂଘମିତ୍ରା ଚୌଧୁରୀଙ୍କ ପୌରହିତରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ଚଳଚ୍ଚିତ୍ର ପ୍ରତିଭା ମାଧବୀ ମୁଖାର୍ଜୀ, ସାବିତ୍ରୀ ଚଟୋପାଧ୍ୟାୟ, ରୁଦ୍ର ପ୍ରସାଦ ସେନଗୁପ୍ତା ଓ ରଞ୍ଜିତ ମଲିକଙ୍କୁ ଜୀବନ ବ୍ଯାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।

ତେବେ ଏହି ସମାରୋହରେ ଏସଆରଏଫଟିଆଇ ନିର୍ଦ୍ଦେଶକ ହିମାଂଶୁ ଖଟୁଆ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଚଳଚ୍ଚିତ୍ର ଫେଷ୍ଟିଭାଲ ପାଇଁ ଏସଆରଏଫଟି ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ସମାରୋହକୁ ଆସି ସମସ୍ତେ ଚଳଚ୍ଚିତ୍ର ଦେଖନ୍ତୁ ବୋଲି ଏସଆରଏଫଟିଆଇ ନିର୍ଦ୍ଦେଶକ କହିଥିଲେ ।

ଚଳଚ୍ଚିତ୍ରର ବିକାଶ ଓ ମୂଲ୍ଯବୋଧ ସମ୍ପର୍କରେ ସତ୍ୟଜିତ ରାୟ ଏବଂ ମୃଣାଳ ସେନଙ୍କ ଅବଦାନକୁ ରାଜ୍ଯପାଳ ଡଃ ବୋଷ ତାଙ୍କ ଅଭିଭାଷଣରେ ଅବତାରଣା କରିଥିଲେ। ବିଶେଷ କରି ଏଭଳି ଚଳଚ୍ଚିତ୍ର ଉତ୍ସବକୁ ଆଗେଇ ନେବା ନିମିତ୍ତ ଭାରତ ସରକାରଙ୍କ ସୂଚନା ପ୍ରସାରଣ ବିଭାଗ ଓ ଏସଆରଏଫଟିଆଇ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଖଟୁଆ ଏବଂ ବାଂଲା ଆବାର୍ କର୍ମକର୍ତ୍ତାଙ୍କ ଭୂମିକାକୁ ରାଜ୍ଯପାଳ ପ୍ରଶଂସା କରିଥିଲେ। ଆସନ୍ତା ୨୭ ତାରିଖ ପର୍ଯ୍ଯନ୍ତ ଏହି ଉତ୍ସବ ଅନୁଷ୍ଠିତ ହେବ। ସତ୍ୟଜିତ ରାୟଙ୍କ ’ହିରକ୍ ଦେଶର ରାଜା’ ଚଳଚ୍ଚିତ୍ର ଟି ଉଦ୍ଘାଟନୀ ଚଳଚ୍ଚିତ୍ର ଭାବେ ପ୍ରଦର୍ଶିତ ହୋଇଥିଲା। ୧୨ ଟି ଫିଚର ଓ ୨୭ ଟି କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

ଚଳଚ୍ଚିତ୍ର ଉତ୍ସବର ଆବାହକ ପ୍ରିତମ ସରକାର ଓ ପିଆଇବିର ମହା ନିର୍ଦ୍ଦେଶକ ଡଃ ଉପେନ୍ଦ୍ର କେଉଁଠିଆ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ତିନୋଟି ଓଡ଼ିଆ ଚଳଚ୍ଚିତ୍ର ହିମାଂଶୁ ଖଟୁଆଙ୍କ ନିର୍ଦ୍ଦେଶିତ ’ଶୂନ୍ଯ ସ୍ୱରୂପ , ଅମର୍ତ୍ତ୍ଯ ଭଟ୍ଟାଚାର୍ଯ୍ଯଙ୍କ ’ଏଡ଼ିଓ ଗୋଦର’ ଓ ପ୍ରମୋଦ ପତିଙ୍କ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ। ଏସଆରଏଫଟିଆଇର ସହଯୋଗରେ ଏହି ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ ବିଶେଷ ରୂପ ନେବାକୁ ଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.