ବେଙ୍ଗାଲୁରୁ: ଗଛକୁ ଆଲିଙ୍ଗନ କରିବାକୁ ଟଙ୍କା ନେଉଛି କମ୍ପାନୀ, ଭାଇରଲ ଆଡ୍ ଦେଖି ରାଗିଗଲେ ଲୋକ
ଭାରତର ଷ୍ଟାର୍ଟଅପ୍ ରାଜଧାନୀ ବେଙ୍ଗାଲୁରୁରେ ଏକ ନୂଆ ବିଜନେସ ଆରମ୍ଭ ହୋଇଛି । ୨୮ ଏପ୍ରିଲରେ ହେବାକୁ ଥିବା ଖାସ୍ ଇଭେଣ୍ଟ ପାଇଁ ଟିକେଟ ବିକ୍ରି କରୁଛି କମ୍ପାନୀ । ଯାହାର ଦାମ୍ ୧୫୦୦ ଟଙ୍କା ବୋଲି ଜଣାପଡିଛି । ଏହି ଇଭେଣ୍ଟ ବେଙ୍ଗାଲୁରୁର କୁବ୍ଦନ ପାର୍କରେ ହେବ । ଯାହାର ନାମ୍ ‘ଦ ହିଲିଂ ପାଓ୍ଵର ଅଫ ଫରେଷ୍ଟ୍ସ, ଏ ଫରେଷ୍ଟ ବଥିଂ ଏକ୍ସପରିଏନ୍ସ’ ରହିଛି ।

ସବୁଦିନ ସହରର ଭିଡରେ ରହୁଥିବା ଲୋକ ଶାନ୍ତ ଜାଗାରେ ରହିବାକୁ ପସନ୍ଦ କରନ୍ତି । ତେଣୁ ଲୋକମାନେ ସନ୍ଧ୍ୟାରେ ପାର୍କ କିମ୍ବା ବଗିଚାକୁ ବୁଲିବାକୁ ଯାଆନ୍ତି । ଭାରତର ଷ୍ଟାର୍ଟଅପ୍ ରାଜଧାନୀ ବେଙ୍ଗାଲୁରୁରେ ଏକ ନୂଆ ବିଜନେସ ଆରମ୍ଭ ହୋଇଛି । ଯାହା ଲୋକଙ୍କ ଏଭଳି ଆବଶ୍ୟକତାକୁ ପୂରଣ କରିବାକୁ ଯାଉଛି । ଖାସ୍ ଏଥିପାଇଁ ଏକ କମ୍ପାନୀ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ କମ୍ପାନୀର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।
ଭାଇରଲ ହେଉଥିବା ସ୍କ୍ରିନସଟ୍ ମୁତାବକ, ୨୮ ଏପ୍ରିଲରେ ହେବାକୁ ଥିବା ଖାସ୍ ଇଭେଣ୍ଟ ପାଇଁ ଟିକେଟ ବିକ୍ରି ହେଉଛି । ଯାହାର ଦାମ୍ ୧୫୦୦ ଟଙ୍କା ବୋଲି ଜଣାପଡିଛି । ଏହି ଇଭେଣ୍ଟ ବେଙ୍ଗାଲୁରୁର କୁବ୍ଦନ ପାର୍କରେ ହେବ । ଯାହାର ନାମ୍ ‘ଦ ହିଲିଂ ପାଓ୍ଵର ଅଫ ଫରେଷ୍ଟ୍ସ, ଏ ଫରେଷ୍ଟ ବଥିଂ ଏକ୍ସପରିଏନ୍ସ’ ରହିଛି । ଏହି କାର୍ଯ୍ୟକ୍ରମର ଖାସ୍ ମହତ୍ତ୍ୱ ହେଉଛି, ଲୋକଙ୍କୁ ସ୍ୱଚ୍ଛ ବାତାବରଣ ସହିତ ଷ୍ଟ୍ରେସ କମ୍ କରିବା । ଏହାସହିତ ଦୈନନ୍ଦିନ ଜୀବନରୁ ସାମାନ୍ୟ ଟିକେ ବ୍ରେକ ଦେବା ନେଇ ଶାନ୍ତ ପରିବେଶରେ ରଖିବା । କିଛି ୟୁଜର୍ସ ଏହାର ଟିକେଟ ନେବାକୁ ଇଚ୍ଛୁକ ରହିଛନ୍ତି ।
Babe, wake up! There’s a new scam in the market. pic.twitter.com/UO4zrJgiUa
— jolad rotti (@AJayAWhy) April 16, 2024
କିନ୍ତୁ କେବଳ ଗୋଟିଏ ଟିକେଟ ଥିବାରୁ ଏହା ବିକ୍ରି ହୋଇସାରିଛି । କିଛି ଲୋକ ଏହାକୁ ନକଲି ସ୍କାମ ବୋଲି କହିଛନ୍ତି । ଏହି ପୋଷ୍ଟରେ କିଛି ୟୁଜର୍ସ ମଜାଦାର ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଯୁଜର ଲେଖିଛନ୍ତି, କୁବ୍ଦନ ପାର୍କରେ ଘାସ ଛୁଇଁବା ଏବେ ବି ମାଗଣା ରହିଛି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ୧୮% ଜିଏସଟି ମଧ୍ୟ ଲାଗିପାରେ । ଅନ୍ୟ ଜଣେ ଲେଖିଛନ୍ତି, ଏହା ସଂପୂର୍ଣ୍ଣ ଭାବେ ନକଲି । ଯାହାକୁ ଦେଖିବା ପରେ କିଛି ୟୁଜର୍ସ ରାଗି କରି କମେଣ୍ଟ ଦେଉଛନ୍ତି ।