ମନି ଲଣ୍ଡରିଂ: ଶିଳ୍ପା ସେଟ୍ଟି ଓ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା, ED ଜବତ କଲା ୯୭ କୋଟିର ସମ୍ପତ୍ତି

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁନ୍ଦ୍ରାଙ୍କ ବିରୋଧରେ ଗ୍ରହଣ କରିଛି ବଡ଼ କାର୍ଯ୍ୟାନୁଷ୍ଠାନ ।

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ଏବଂ ତାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ୍‌ କୁନ୍ଦ୍ରାଙ୍କ ସମସ୍ୟା ବଢ଼ିଲା । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କୁନ୍ଦ୍ରାଙ୍କ ବିରୋଧରେ ଗ୍ରହଣ କରିଛି ବଡ଼ କାର୍ଯ୍ୟାନୁଷ୍ଠାନ । ଖବର ଅନୁସାରେ, ମନି ଲଣ୍ଡରିଂ ମାମଲାରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ଗୁରୁବାର କୁନ୍ଦ୍ରାଙ୍କର ୯୭ କୋଟି ୭୯ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିନେଇଛି । କହି ରଖୁଛୁ, ୨୦୨୧ରେ ସାମ୍ନାକୁ ଆସିଥିବା ପର୍ଣ୍ଣୋଗ୍ରାଫି ମାମଲାରେ ମଧ୍ୟ କୁନ୍ଦ୍ରାଙ୍କ ନାମ ଆସିଥିଲା । ସେହି ସମୟରେ ତାଙ୍କୁ ଗିରଫ କରାଯାଇଥିଲା । ଯଦିଓ ପରେ ତାଙ୍କୁ ଜାମିନ୍‌ ମିଳିଥିଲା ।

ମିଡିଆ ରିପୋର୍ଟସ୍‌ ଅନୁସାରେ, ଇଡି କୁନ୍ଦ୍ରାଙ୍କର ଯେଉଁ ସମ୍ପତ୍ତିଗୁଡ଼ିକୁ ଜବତ କରିଛି, ସେଥିରେ ମଧ୍ୟ ରହିଛି ଶିଳ୍ପା ସେଟ୍ଟିଙ୍କ ଜୁହୁସ୍ଥିତ ବଙ୍ଗଳା । ପ୍ରିଭେନ୍ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ ଅର୍ଥାତ୍‌ PMLA, ୨୦୦୨ ଅଧୀନରେ ବ୍ୟବସାୟୀ କୁନ୍ଦ୍ରାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ଇଡି ବିଟ୍‌କଏନ୍‌ ପୋଞ୍ଜି ସ୍କାମ୍‌ରେ କୁନ୍ଦ୍ରାଙ୍କ ବିରୋଧରେ ଆକ୍ସନ ନେଇଛି । ଆଟାଚ୍‌ କରାଯାଇଥିବା ସମ୍ପତ୍ତିରେ ପୁଣେସ୍ଥିତ ବଙ୍ଗଳା ଏବଂ ଇକ୍ୱିଟି ସେୟାର ମଧ୍ୟ ଅନ୍ତର୍ଭୁକ୍ତ ଅଛି । ସୂଚନାଥାଉ କି, ମହାରାଷ୍ଟ୍ର ଓ ଦିଲ୍ଲୀ ପୋଲିସ ତରଫରୁ ଓ୍ଵାନ୍‌ ଭ୍ୟାରିଏବଲ୍‌ ଟେକ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ଅଭିଯୁକ୍ତ ସ୍ୱର୍ଗତ ଅମିତ୍‌ ଭରଦ୍ୱାଜ, ଅଜୟ ଭରଦ୍ୱାଜ, ବିବେକ ଭରଦ୍ୱାଜ, ସିମ୍ପି ଭରଦ୍ୱାଜ, ମହେନ୍ଦ୍ର ଭରଦ୍ୱାଜଙ୍କ ସହ ଅନ୍ୟମାନଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଖଲ ପରେ ଇଡି ତଦନ୍ତ ଆରମ୍ଭ କରିଥିଲା ।

ଅଭିଯୋଗ ମୁତାବକ, ଅଭିଯୁକ୍ତମାନେ ବିଟ୍‌କଏନ୍‌ ରୂପରେ ଲୋକମାନଙ୍କଠାରୁ ବଡ଼ ଫଣ୍ଡ୍‌ ସଂଗ୍ରହ କରିଥିଲେ ଏବଂ ବିଟ୍‌କଏନ୍‌ ରୂପରେ ହିଁ ପ୍ରତ୍ୟେକ ମାସରେ ୧୦ ପ୍ରତିଶତ ଫେରସ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଇଡି ଯାଞ୍ଚରୁ ଖୁଲାସା ହୋଇଛି ଯେ ୟୁକ୍ରେନ୍‌ରେ ମାଇନିଂ ଫାର୍ମ ଲଗାଇବା ପାଇଁ ରାଜ କୁନ୍ଦ୍ରାଙ୍କୁ ଗେନ୍‌ ବିଟ୍‌କଏନ୍‌ର ପ୍ରମୋଟର ତଥା ମାଷ୍ଟରମାଇଣ୍ଡ୍‌ ଅମିତ୍‌ ଭରଦ୍ୱାଜଙ୍କଠାରୁ ୨୮୫ ବିଟ୍‌କଏନ୍‌ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.